ଜିଆଖତ କରି ସ୍ଵାବଲମ୍ବୀ ହେଲେ ଗାୟତ୍ରୀ
ଫୁଲବାଣୀ–(ସୁନୀଲ ପଟନାୟକ)
ଫୁଲବାଣୀ ସହ ର ର ଗାୟତ୍ରୀ ପ୍ରଧାନ ନାମକ ଜଣେ ଉଚ୍ଚଶିକ୍ଷିତ ମହିଳା ଚାକିରିପଛରେ ନଗୋଡାଇ ନିଜେ ଜିଆ ଖତଉତ୍ପାଦନ କରି ତାକୁ ବିକ୍ରୀ କରି ବେଶ ଦି ପଇସା କମାଇ ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଗାୟତ୍ରୀଜିଉଦୟ ଗିରି ସ୍ଥିତ କୃର୍ଷି ବିଜ୍ଞାନ କେନ୍ଦ୍ରରେ ଜିଆ ଖତ ଓ ଜିଆ ଜଳପ୍ରସ୍ତୁତି ତାଲିମ ନେବା ପରେ ନିଜେ ଉତ୍ପାଦନ କରି ଏହାକୁ ନିଜ ବଗିଚା ରେ ପ୍ରୟୋଗ କରି ସଫଳତା ପାଇଛନ୍ତି । ଏହି ଜିଆ ଖତ ଓ ଜିଆ ଜଳନିଜ ବଗିଚାରେ ଜୈବିକ ସାର, ଓ କୀଟନାଶକ ଔଷ୍ଧଭାବେ ବ୍ୟବହାର କରି ବେଶ ସଫଳତା ପାଇଛନ୍ତି । ଏ ନେଇ
ଗାୟତ୍ରୀଙ୍କୁ ପଚାରିବାରେ ସେ ଜିଆ ଖତ,ପ୍ରସ୍ତୁତି ଅତି ସହଜ ।
ଅନାବନା ଦାସ କୁଟି ତଥା ଗୋବର ଓ ମାଟିକୁ ମିଶାଇ ରଖିବାପରେ ଏଥିରେ ପ୍ରତିଦିନ ପାଣି ସିଞ୍ଚନ କରାଯାଏ। ପ୍ରାୟ ଏକ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ସେହି ମିଶ୍ରଣ କମ୍ପୋଷ୍ଟଖତରେ ପରିଣତ ହୁଏ । ଏହାପରେ ସେହି କମ୍ପୋଷ୍ଟଖତରେଜିଆ ଛଣାଯାଏ।କିଛି ଦିନପରେ ତାହା ଜିଆ ଖତରେ ପରିଣତ ହୁଏ । ଏହାକୁ ଜମିରେ ଜୈବିକ ଖତହିସାବ ରେ ଦିଆଯାଏ ।
ଗାୟତ୍ରୀ ପ୍ରଥମେ ନିଜ ଉଦ୍ୟମରେ ତାଙ୍କ ନିଜ ପାଇଁ ଅଳ୍ପ କିଛି ଖତପ୍ରସ୍ତୁତ କରୁଥିଲେ । ଏବେ ସରକାରଙ୍କ ସବସିତ ସ୍କିମରେ ଏକ ସ୍ଥାୟୀ ଜିଆ ଖତପ୍ଲାଣ୍ଟ ନିର୍ମାଣ କରିଛନ୍ତି । ଆଉ ଜିଆ ଖତ ଅନ୍ୟ ଚାଷୀମାନଙ୍କୁ ବିକ୍ରିକରୁଛନ୍ତି । ସେହିପରି ଜିଆ ଜଳ ମଧ୍ଯ ପ୍ରସ୍ତୁତ କରୁଛନ୍ତି ଗାୟତ୍ରୀ । ତାକୁ ମଧ୍ଯ ବିକ୍ରିକରି ଗାୟତ୍ରୀ ଦି ପଇସା ଅଧିକ । ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି । ଗାୟତ୍ରୀଙ୍କ ଏହି ସଫଳତା ଯୋଗୁଁ କନ୍ଧମାଳ ଜିଲା ଜାତୀୟ ସ୍ତରରେ ମର୍ଯ୍ୟଦା ଜନକ ସ୍କେଚ ପୁରସ୍କାର ହାସଲ କରିଥିଲା
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































