ନରସିଂହପୁର ରେ ବାଲି ମାଫିଆ ଓ ତହସିଲ ପ୍ରଶାସନ ର ମଧୁଚନ୍ଦ୍ରିକା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ୱ ହାନି।
ନରସିଂହପୁର (ଉ ଲା ପ୍ର)
ନରସିଂହପୁର ବ୍ଲକ ର ବରହମପୁର ଓ ଧନୀପୁର ବାଲି ଘାଟରୁ ପ୍ରତିଦିନ ସହ ସହ ଟ୍ରାକଟର, ଟ୍ରକ୍, ହାୱାଇ ଜରିଆରେ ବିନା ରସିଦ୍ ରେ ବାଲି ଚାଲାଣ ହେଉଛି। ଚଢାଉ ପୂର୍ବରୁ ବାଲି ମାଫିଆ ଙ୍କୁ ଆଗୁଆ ସୂଚନା ମିଳିଯାଉଛି। ସୁଚନା ରୁ ପ୍ରକାଶ ଯେ ତହସିଲ୍ ଗାଡିର ଡ୍ରାଇଭର ଏହି ବାଲି ମାଫିଆ ଙ୍କୁ ଚଢାଉ ପୂର୍ବରୁ ଉକ୍ତ ଡ୍ରାଇଭ ସୂଚନା ଦେଇଛନ୍ତି। ଡ୍ରାଇଭର ଜନକ ବାଲି ମାଫିଆ ମାନଙ୍କ ସହ ଏକ ହ୍ୱାଟସ୍ଆପ ରେ ଯୋଡି ହେଇଛନ୍ତି। ଫଳରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ସୁରାକ ପାଇ ପାରୁ ନାହାନ୍ତି। ପ୍ରତିଦିନ ସନ୍ଧ୍ୟାରେ ଅତିରିକ୍ତ ତହସିଲଦାର ଙ୍କ ପାଖରେ ଗାଡି ମାଲିକ ମାନଙ୍କ ର ବୈଠକ ଚାଲୁଥିବାର ଦେଖିବାକୁ ମିଲୁଛି। ଫଳରେ ପ୍ରତିଦିନ ଲକ୍ଷ୍ ଲକ୍ଷ୍ୟ ଟଙ୍କାର ରାଜସ୍ୱ ହାନି ହେଉଅଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































