ଲକ୍ଷାଧିକ ଟଙ୍କା ମୂଲ୍ୟର ଗଛ କାଟିଦେଲେ ଦୁର୍ବୁତ୍ତ , ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଆରମ୍ଭ
ଫୁଲବାଣୀ- (ସୁନୀଲ ପଟନାୟକ)
ବନବିଭାଗର ବ୍ୟାପକ ସଚେତନତା ସତ୍ଵେ ଗ୍ରାମବାସୀଙ୍କ ମଧ୍ୟରେ କୌଣସି ଫରକ ପଡୁନି । ଲୋକେ ବେ ଆଇନ ଭାବେ ମୂଲ୍ୟବାନ ଶାଳଗଛ ମାନ କାଟି ପକାଉଛନ୍ତି । ଫଳରେ ଫୁଲବାଣୀ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ସବୁ ଦିନକୁ ଦିନ ପଦା ହେବାରେ ଲାଗିଛି । ଏପଟେ କୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛି ବିଭାଗ। ତେବେ ଗତକାଲି ଲକଡ଼ା ଉନର ସୁଯୋଗ ନେଇ କୁ ଆଡେ ଫୁଲବାଣୀ ଜଙ୍ଗଲ ଡିଭିଜନ ଅନ୍ତର୍ଗତ ଫୁଲ ବାଣୀ ରେ ଜଂ ଅଧିନସ୍ତ ରାଶି 6ମଣ୍ଡି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ବହୁଶାଳ ଗଛ ଗୁଡ଼ିକ ଦୁର୍ବୁର୍ତ୍ତ ମାନେ କାଟିଚାଲାଣ କରିବାକୁ ଉଦ୍ୟମ କରୁଥିଲେ। ହେଲେ ବିଳମ୍ବରେ ହେଲେ ମଧ୍ୟ ବନ ବିଭାଗ ଖବର ପାଇ ସଦଳବଳେ ରାଶିମେଣ୍ଡି ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ପଚରାଉଚରା କରୁଛି । କଟି ଯାଇଥିବା ଶାଳଗଛ ସବୁ ଜବତ କରିଛି ବନ ବିଭାଗ।
ତେବେ ବନ ବିଭାଗ ସଚେତନତାରାଲି, ମିଟିଙ୍ଗ ଆଦି କରିବା ସହ ବନ ସଂରକ୍ଷଣ ସମିତି ବି ଗ୍ରାମରେ ଗଠନ କରିଛି । ଏଥି ସହ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମଧ୍ୟ ଦାୟିତ୍ଵରେ ଅଛନ୍ତି। ହେଲେ ସେମାନେ ମଧ୍ୟ କିପରି ଜାଣିପାରିଲେନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ବନବିଭାଗରେ ଜଂର କିପଦକ୍ଷେପ ଗ୍ରହଣ କରୁ ଛନ୍ତି ତାହା ଦେଖିବାର କଥା ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































