କୋଭିଡ ସହାୟତା ପାଇଁ ଜିଲା ପ୍ରଶାସନର ହେଲପ ଲାଇନ ନମ୍ବର ଜାରି, ସାଧାରଣ ଅସୁସ୍ଥତା ପାଇଁ ଡାକ୍ତରଖାନା ନ ଯିବାକୁ ପରାମର୍ଶ
କନ୍ଧମାଳ,୧୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟ ସମେତ କନ୍ଧମାଳ ଜିଲାରେ ମଧ୍ୟ ସଟଡାଉନ ଓ ଲକଡାଉନ ଲାଗୁ ହୋଇଛି। ଦୋକାନ ବଜାର ଖୋଲିବା ସହିତ ଜନସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି। ଏଭଳି ପରିସ୍ଥିିତିରେ ବିଭିନ୍ନ ଅସୁସ୍ଥତାର ଶୀକାର ହେଉଥିବା ଲୋକେ ଡାକ୍ତରଖାନାକୁ ଯିବାରେ ଅସୁବିଧା ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିକୁ ଲକ୍ଷ୍ୟ କରି କନ୍ଧମାଳ ଜିଲା ପ୍ରଶାସନ ଦ୍ୱାରା ସାଧାରଣ ରୋଗ ବ୍ୟାଧି ପାଇଁ ଡାକ୍ତରଖାନା ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଅବସ୍ଥାରେ ଲୋକଙ୍କୁ ସହୟତା କରିବା ଓ ପରାମର୍ଶ ଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରୀ କରାଯାଇଛି। ଲୋକେ ସିଧାସଳଖ ଡାକ୍ତରଙ୍କ ସହ ଫୋନ ମାଧ୍ୟମରେ ଯୋଗେଯାଗ କରି ପରାମର୍ଶ ନେଇ ପାରିବେ ବୋଲି କୁହାଯାଇଛି। ସୂଚନା ଅନୁସାରେ, ସାଧାରଣ ଅସୁସ୍ଥତା ପାଇଁ ଡଃ ଚିନ୍ତାମଣୀ ମିଶ୍ର(ଫୋନ ନଂ ୯୪୩୭୩୮୫୪୮୪), ଡଃ ଏମ ଶିବାନନ୍ଦ (୬୩୭୦୪୪୬୬୯୨) ଓ ଡଃ ଲୋପାମୂଦ୍ରା ପ୍ରଧାନ (୮୯୪୨୧୮୩୪୩)ଙ୍କ ସହ ସଂପର୍କ କରି ପାରିବେ। ସେହିଭଳି ଯଦି କୌଣସି ବ୍ୟକ୍ତ ମାନସିକ ଚାପର ଶୀକାର ହେଉଥାଆନ୍ତି ତେବେ ସକାଳ ୮.୩୦ରୁ ୧୨ଟା ଏବଂ ଅପରାହ୍ନ ୪ଟାରୁ ୫ଟା ଭିତରେ ଡଃ ଶ୍ରୀଦତ୍ତା ମହାନ୍ତିଙ୍କୁ ଫୋନ ନଂ ୦୬୮୪୨-୨୫୫୦୦୬ରେ ଯୋଗାଯୋଗ କରି ପରାମର୍ଶ ନେଇ ପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେହିଭଳି ଲକଡାଉନ ସମୟରେ ଗୃହିଣୀମାନେ ସମ୍ମୂଖୀନ ହେଉଥିବା ମାନସିିକ ଚାପର ସମାଧାନ ପାଇଁ ସକାଳ ୮ରୁ ଦିନ ୧ଟା ମଧ୍ୟରେ ଅପର୍ଣ୍ଣା ବେହେରା(୯୧୭୮୫୧୩୯୩୬), ଦେବସ୍ମିତା ସାହୁ (୯୪୩୮୩୨୦୧୬୯) ଓ ପ୍ରଜ୍ଞା ପାରମ୍ଭିକା (୭୭୩୫୭୭୬୨୩୪) ଙ୍କ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ଏଥିସହ ଘରେ ରହି ଯୋଗ କିମ୍ବା ଆୟୁର୍ବେଦ ଚିକିତ୍ସା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ନାରାୟଣ ରଂଜନ ଦାଶ (୯୪୩୭୦୬୯୭୧୦/୯୧୭୮୪୫୪୭୧୩), ସାଧକ ଦାସ(୭୮୫୨୯୭୭୮୩୨) ଓ ଡଃ ଜତୀନ କୁମାର ପାଢୀ(୯୪୩୭୧୯୨୪୩୩)ଙ୍କୁ ସଂପର୍କ କରିବାକୁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। କୋଭିଡ ସଂପର୍କିତ ଯେ କୌଣସି ସୂଚନା ପାଇଁ ଜିଲା ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷର ଫୋନ ନଂ ୦୬୮୪୨-୨୫୫୧୭୧/୨୫୫୧୭୨/୨୫୫୧୭୩/ ୨୫୫୧୭୪/୨୫୫୧୭୫ ଜାରି କରିଛି ଜିଲା ପ୍ରଶାସନ। ତେବେ ଅଦରକାରୀ ଭାବେ ଫୋନ କରି ନିଜର ଓ ଅନ୍ୟମାନଙ୍କ ସମୟ ନଷ୍ଟ ନ କରିବା ପାଇଁ ମଧ୍ୟ ପ୍ରଶାସନ ପରାମର୍ଶ ଦେଇଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































