ନରସିଂହପୁର ରେ ଚାଲିଛି ଖୁଲମ୍ ଖୁଲା ବାଲି ଚୋରା ଚାଲାଣ
ନରସିଂହପୁର (ଉଲାପ୍ର)୧୨/୦୫/୨୦୨୧
ଗତ କାଲି ରାତିରେ ନରସିଂହପୁର ଅତିରିକ୍ତ ତହସିଲଦାର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ସାମ୍ନା ରାସ୍ତାରୁ ଏକ ବାଲି ବୋଝେଇ ଡମ୍ଫର୍ ଜବତ କରିଥିଲେ। ସେ ଗାଡ଼ିଟି ବିନା ବାଲି ଚାଲାଣ ପେପର୍ ରେ ବାଲି ନେଇ ଯାଉଥିଲା। ଗାଡ଼ିଟିକୁ ଜବତ କରି ତହସିଲ୍ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିଲା। ପରେ ଗାଡ଼ିର ମାଲିକ ସଦର ରାଜସ୍ବ ଅଧିକାରୀଙ୍କୁ ୮୦୦୦ ଟଙ୍କା ଜୋରିମାନା ଦେଲା ପରେ ଗାଡ଼ିକୁ ଛଡାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































