ଆଜି ପବିତ୍ର ଇଦ୍, ଲକ ଡାଉନ ଯୋଗୁଁ ମସଜିଦ ଖାଁ ଖାଁ
.
ଫୁଲବାଣୀ- (ସୁନୀଲ ପଟନାୟକ) ଆଜି ପବିତ୍ର ଇଦ୍ । ଏହି ଇଦ୍ ପର୍ବକୁ ପ୍ରତିବର୍ଷ ମୁସଲମାନ ଭାଇ ଭଉଣୀ ମାନେ ବେଶ ହସଖୁସି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବା ସହ ମସଜିଦ କୁ ଆସିପବୀତ୍ର କୋରାନ ପାଠ କରିବା ସହ ପରସ୍ପରକୁ ଇଦ ମୁବାରକ ଜଣାଇଥାନ୍ତି ତେବେ ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ସରକାର ଲକ ଡ଼ାଉନ ସଟ ଡାଉନ ଘୋଷଣା କରିବା ଫଳରେ ଇଦ ପର୍ବ ଫିକା ପଡିଯାଇଥିଲା ଘରେ ରହି ପରିବାର ମଧ୍ୟରେ ଇଦ ପର୍ବ ପାଳନ କରିଥିଲେ । ଏ ବର୍ଷ
ଅନ୍ତତଃକରୋନା ସଂକ୍ରମଣ କମିଯାଇଥିବ ଆଉ ଧୁମ ଧାମରେ ଇଦ୍ ପର୍ବ ସାଙ୍ଗସାଥିଙ୍କ ଗହଣରେ ପାଳନ କରିବେ ବୋଲି ଭାବିଥିଲେ ହେଲେ ଏଥର ମଧ୍ୟ କରେ । ନାରଦ୍ଵିତୀୟ ଲହର ଆସିବା ଯୋଗୁଁ ସରକାର ପୁଣି ଏଥର ମଧ୍ୟ ଲକ ଡ଼ାଉନ ଘୋଷଣା କରିଛନ୍ତି । ଫଳରେ ଏ ବର୍ଷ ମଧ୍ୟ ପବୀତ୍ର ଇଦପର୍ବଫିକା ପଡିଯାଇଥିବାରୁ ମନରେ ଦୁଃଖ ଥିବା ମୁସଲମାନ ଭାଇ ଭଉଣୀମାନେ କହିଛନ୍ତି ।
ତେବେ ଘରେ ରହି ପରିବାର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ଭାବେ ଇଦ ପାଳନ କରିବେ ବୋଲି କହିଛନ୍ତି ।
ଫଳରେ ଫୁଲ ବାଣୀ ସହର ରେ ଥିବା ମସଜିଦ ଖାଁ ଖାଁ ରହିଥିଲ।। କେବଳ ହାତ ଗଣତି ଅଳ୍ପ କିଛି କମିଟି ସଦସ୍ୟ ଆସି ପରମ୍ପରା ଅନୁଯାୟୀ କୋରାନ ପଢିବା ସହ ପୂଜାପାଠ କରିଥିଲେ।
ମହାମାରୀ କରେ ନା ଚେନ ଭାଙ୍ଗିବା ପାଇଁ ସରକାର ଘୋଷଣା କରିଥିବା ଲକ ଡ଼ାଉନଘୋଷଣାକୁ ସ୍ଵାଗତ କରିବା ସହ ସର୍ବଦା ଘରୁ ବାହାରକୁ ବାହାରିଲେ ସର୍ବଦାମାସ୍କ ପିନ୍ଧିବା ସହ, ସାମାଜିକ ଦୂରତା ରକ୍ଷା କରିବା ସହ ଘରେ ରହିବା ସୁସ୍ଥ ରହିବାଲାଗି ମୁସଲମାନ ଭାଇ ମାନେ ପରାମର୍ଶଦେଇଛନ୍ତି ।
        
            
 Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































