ବସୁଧା ଯୋଜନା ଫେଲ… କେବେ କାର୍ଯ୍ୟକ୍ଷମ ହେବ ପାନୀୟ ଜଳ ପ୍ରକଳ୍ପ ?
ଫୁଲ ବାଣୀ-( ସୁନୀଲ ପଟନାୟକ ) ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ହାତ ପାଆନ୍ତାରେ ସ୍ୱଛ ପାନୀୟ ଜଳ ଯୋଗାଇ ଦେବାପାଇଁ ବସୁଧା ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି ।
ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ଵହୀନତା,ଯୋଗୁଁ ବର୍ଷ ବର୍ଷ ଧରି ବସୂଧା ଯୋଜନା ପ୍ରକଳ୍ପ ଅଧାପନୁରିଆ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳଥିବାବେଳେ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହୋଇପଡିଥିବା ଦେଖିବାକୁ ମିଳୁଛି । ଅଭିଯୋଗ କଲେ ନାଁ ଦାୟୀତ୍ଵରେ ଥିବା ଯନ୍ତ୍ରୀ, ନା ବିଡିଓ ନା ସର ପଞ୍ଚ। ଏପରି ସ୍ଥଳେ ଗ୍ରାମ। ଞ୍ଚଳର ଲେକେ ଯୋଜନାର ସୁଫଳ ପାଇପାରୁ ନାହ।ନ୍ତି। ଏଭଳି ଏକ ଅର୍ଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ପସରା ପଞ୍ଚାୟତର ବରପଲ୍ଲି ଗ୍ରାମରୁ ।
ଗ୍ରାମରେ ପାନୀୟ ଜଳ ସମସ୍ୟା ଦୁର ପାଇଁ ଗ୍ରାମବାସୀଙ୍କ ବାରମ୍ଵାର ଦାବୀ ଫଳରେ ପ୍ରଶାସନ ପକ୍ଷରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ବସୁ ଧା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା ବରପଲ୍ଲୀ ଗ୍ରାମରେ।
ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଦେଖି ଗ୍ରାମବାସୀ ବେଶ ଖୁସି ହୋଇଥିଲେ। ପ୍ରକଳ୍ପ ହେବ ପାଣି ସମସ୍ୟା ଦୁର ହେବ। ହାତ ପାଆନ୍ତା ରେ ପାନୀୟ ଜଳ ମିଳିବ ବୋଲି କେତେ କଣ ଭାବି ଥିଲେ। ହେଲେ କାମ ଆରମ୍ଭ ହେବାର ମାସ କେଇଟା ହେଉଛି କି ନାହିଁ ଠିକାଦାର ଅଧା ପନ୍ତୁରିଆ ଅବସ୍ଥାରେ କାମ ବନ୍ଦକରିଦେବା ଫଳରେ ଅସପୂର୍ଣ୍ଣ ଅବସ୍ଥାରେ ପଡିଛି ପ୍ରକଳ୍ପ କାର୍ଯ୍ୟ, I ପ୍ରକଳ୍ପ କାର୍ଯ୍ୟ ସ।ରିବା ନେଇ ପ୍ରଶାସନ ଚିନ୍ତା କରୁ ନ ଥିବା ଅଭିଯୋଗ ହେଉଛି । ସହକ।ରି ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ବିବାଦ ଯୋଗୁଁ କାମବନ୍ଦ ଥିବା କୁହାଯାଉଥିବାବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ କାମବନ୍ଦ ଥିବା କେହି କେହି କହୁଛନ୍ତି ।
ତେବେ ସରକାରଙ୍କ ଯୋଜନାଗୁଡିକ ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟକାରୀ ହେଉଛି ଓ ଲୋକେ କିଭଳି ସୁଫଳ ପାଉଛନ୍ତି ତାହା ବରପଲ୍ଲିରଏହି ପ୍ରକଳ୍ପକୁ ଦେଖିଲେ ଜାଣିହେବ । କେବଳ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେଉଛି ।
କେବଳ ଏହି ଗୋଟିଏ ପାନୀୟ ଜଳ ପ୍ରକଳ୍ପ ନୁହେଁ ଜିଲ୍ଲାର ଅନେକ ସ୍ଥାନରେ ଏଭଳି ଅଧାପନୁରିଆ ଅବସ୍ଥାରେ ପ୍ରାନୀୟ ଜଳ ପ୍ରକଳ୍ପଗୁଡିକ ପଡିରହିଥିବା ଜଣାପଡିଛି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି।
ଜିଲାପାଳ, ଗ୍ରାମ୍ୟ ଜଳଯୋଗାଣ ନିବହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ବାସି ଦାବୀ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































