ଭାକ୍ସିନ୍ କିଣା-ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନରେ ଖର୍ଚ୍ଚ ହେଉ ପିଏମ୍ କେୟାର୍ସ ଫଣ୍ଡ୍: ସୁପ୍ରିମ୍କୋର୍ଟରେ ଆବେଦନ…
ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଭାକ୍ସିନ୍ କିଣାଯାଇ ସମସ୍ତଙ୍କୁ ଟିକା ଦେବା ସହିତ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ ଲାଗି ପିଏମ୍ କେୟାର୍ସ ଫଣ୍ଡକୁ ଖର୍ଚ୍ଚ କରାଯାଉ ବୋଲି ସୁପ୍ରିମ୍କୋର୍ଟରେ ଏକ ଆବେଦନ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନଜୀବୀ ବିପ୍ଳବ ଶର୍ମାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ଦେଖାଦେଇଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୭ରେ ପିଏମ୍ କେୟାର୍ସ ଫଣ୍ଡ୍ ଗଠନ ହୋଇଥିଲା। ଫଣ୍ଡ ଗଠନ ହେବା ପରଠାରୁ ଏହାର ଅଡ଼ିଟ୍ ନ କରାଯିବାରୁ ବିରୋଧୀ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିପାଇଁ ଜଣେ ଅଡିଟରଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିଲା।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































