ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ ଭାରତ ଫାଇନାନ୍ସ ଅଫିସ ସିଲ
ଫୁଲବାଣୀ-( ସୁନୀଲ ପଟନାୟକ) ସରକାରଙ୍କ ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ବ୍ୟବସାୟ ଚଳାଇବା ସହ ଗାଁକୁ ଗାଁ ବୁଲି ଏହି ବେସର କାରିଫାଇନାନସ କଂପାନୀରଣ ଟଙ୍କା ଲୋକଙ୍କଠାରୁ ଯୋର ଜୁଲମ କରି ଆଦାୟ କରିବା ଅଭିଯୋଗ ହୋଇଥିଲା ।.ତାହା ସହ ସାମାଜିକ ଦୁରତ।ମଧ୍ୟ ନରଖି ବ୍ୟବସାୟୀକ କ।ରବାର ଚଳାଇ ଆସୁଥିଲ। । ଏ ସଂପର୍କରେ ଅଭିଯୋଗ ହେବା ପରେ ରାଇକିଆରଅତିରିକ୍ତ ତହସିଲଦାର ଅକ୍ଷୟ ଟୁଡ଼ୁ, ବିଡିଓ ପ୍ରବୀଣ କୁମାର ବାଣୁଆ ଓ ଥାନା ଅଧିକାରି ତରୁଣ ତପନ ବେହେରା ପ୍ରମୁଖ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ କରିଦେଇଛନ୍ତି । ଫଳରେ କରୋନା ମହାମାରୀସମୟରେ ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଚିନ୍ତାରେ ଥିବା ରାଇକିଆ ବ୍ଳକର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ, କରେ । ନା ମହାମାରୀ ସମୟରେ ସରକାର ଲକ ଡାଉନ ସଟ ଡ଼ାଉନ ଘୋଷଣା କରିଥିବାବେଳେ ଲୋକଙ୍କ ଜୀବନ ଜିବିକା ପ୍ରଭାବୀତ ହୋଇଛି । ଲୋକେ କାମ ଧନ୍ଦା ନକରି ସରକାରଙ୍କ ନିୟମ ମାନି ଘରେ ରହୁଥିବାବେଳେ ଏହି ସଂସ୍ଥାର କର୍ମଚାରୀମାନେ ଦଳ ଦଳ ହୋଇ ଘରକୁ ଘର ବୁଲିରଣ ଟଙ୍କା ଶୁଝିବାଲାଗି ଯୋର ଜବରଦସ୍ତ କରିବା ସହ କୁ ଆଡେ ଧମକ ମଧ୍ୟ ଦେଉଥିବା ଅର୍ଭିଯୋଗ ହୋଇଥିଲା । ଫଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଚଢାଉ କରିସିଲ କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































