ଅଭୟ ଅଭିନବ ଉପାୟରେ ଆଠଗଡ ସହର ସହିତ ଅଠର ଗୋଟି ୱାର୍ଡକୁ କଲେ ସାନିଟାଇଜ,ଅମ୍ଳଜାନ ପାଇଁ ଜନସାଧାରଣ ଙ୍କୁ ବାଣ୍ଟିଲେ ଆମ୍ବଗଛ
ଆଠଗଡ(buro news)କରୋନା ମହାମାରୀ ସମୟରେ ଆଠଗଡର ଯୁବ ସଙ୍ଗଠକ ଅଭୟ ବାରିକଙ୍କ ଅଭିନବ କାର୍ଯ୍ୟକ୍ରମ ଜନସାଧାରଣ ଙ୍କୁ ପସନ୍ଦ ଲାଗୁଛି, ଗତବର୍ଷ ଠାରୁ ଅଭୟ ବାରିକ ସାରା ଆଠଗଡ ନିର୍ବାଚନ ମଣ୍ଡଳୀ ରେ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କର ସୁଖଦୁଃଖରେ ଭାଗିଦାରୀ ହେବା ସହିତ କରୋନା ମହମାରୀକୁ ନେଇ ଅଦ୍ୟାବଧି ସଚେତନତା ଜାରି ରଖିଛନ୍ତି, ଯେତେବେଳେ ଆଠଗଡ ର ସାତ ସାତ ଥରର ବିଧାୟକ ମହମାରୀକୁ ଡରି ବାହାରୁ ନଥିବା ବେଳେ ସେ ସମୟରେ ଲୋକମାନଙ୍କ ପାଖରେ ଅଭୟ ଛିଡା ହୋଇ ଧର୍ଯ୍ୟ ନହରାଇବା ପାଇଁ ପରାମର୍ଶ ଦେଉଛନ୍ତି,କେତେବେଳେ ଲୋକଙ୍କୁ ମାସ୍କ ପ୍ରଦାନ କରିବା,କେତେବେଳେ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ଯମରାଜ ବେଶରେ ଓ କରୋନା ବେଶରେ ଲୋକକୁ ସଜାଇ ସହର ଓ ଗ୍ରାମାଞ୍ଚଲରେ ସଚେତନ କରି ଆସୁଛନ୍ତି,ଆଉ କେତେବେଳେ ସହରକୁ
ସାନିଟାଇଜ କରୁଛନ୍ତି ତ ଆସୁ କେତେବେଳେ ଆଠଗଡ ଉପଖଣ୍ଡର ଅଫିସ ଗୁଡିକୁ ସାନିଟାଇଜ କରି କର୍ମଚାରୀଙ୍କୁ ମାସ୍କ ପ୍ରଦାନ କରୁଛନ୍ତି,ଏବେ ଗତ ଏକମାସ ହେଲା ଅଭୟ ବାରିକ ଯୁବ ସଙ୍ଗଠନର କର୍ମୀ ସରୋଜ ଦାସ,ସଞ୍ଜୟ ସାହୁ,ଟୁକୁ ସାମାଲଙ୍କୁ ଧରି ଆଠଗଡ ସହର ଦେଇ ଯାତାୟତ କରୁଥିବା ସମସ୍ତ ଗାଡି ଗୁଡିକୁ ସାନିଟାଇଜ କରିବା ସହିତ ଅମ୍ଳଜାନ ପାଇଁ ବୃକ୍ଷ ବଣ୍ଟନ କରି ଆସୁଛନ୍ତି, ସୋମବାର ଦିନ ଅଭୟ ବାରିକ ଅଭିନବ ଉପାୟରେ ଏକ ଗାଡ଼ିରେ ୨ହଜାର ଲିଟର ପାଣିରେ ସାନିଟାଇଜ ପକାଇ ସହରର ଅଠର ଗୋଟି ୱାର୍ଡ ସହିତ ସମସ୍ତ ବଜାର ଗୁଡିକୁ ସାନିଟାଇଜ କରିଥିବା ଦେଖିବାକୁ ମିଳିଛି,ଏହା ସହିତ ପ୍ରତେକ ୱାର୍ଡ ରେ ମହିଳା ମାନଙ୍କୁ ଏକ ଆମ୍ବଗଛ ନିଜ ବାଡ଼ିରେ ଲଗାଇବା ପାଇଁ ଗଛ ପ୍ରଦାନ କରିଛନ୍ତି,ଯାହାଦ୍ୱାରା ସାରା ଭାରତରେ ଅମ୍ଳଜାନ ର ଯେପରି ଅଭାବ ଦେଖାଯାଇଛି ଆସନ୍ତା ଦିନ ମାନଙ୍କରେ ଏହି ବୃକ୍ଷ ବଡହୋଇ ଅମ୍ଳଜାନ ପ୍ରଦାନ କରିବ ବୋଲି ଅଭୟ ବାରିକ ଆଠଗଡ ସହର ବାସୀଙ୍କୁ ଅନୁରୋଧ କରିଛନ୍ତି, ଆଠଗଡ ସହର ସହିତ ଆଠଗଡ ବ୍ଲକ ରେ ଯେପରି ଦୈନିକ କରୋନା ସଂକ୍ରମଣ ବଢ଼ିବଢି ଚାଲିଛି ଆଉ ପ୍ରଶାସନ କୁ କହିଲେ ମଧ୍ୟ ପ୍ରଶାସନ କିମ୍ବା ଆଠଗଡ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ସହରକୁ ସାନିଟାଇଜ କରୁନଥିବା ଯୋଗୁ ସହରରେ ଆଠଗଡ ସହର ବାସୀ ଭୟଭୀତ ହୋଇପଡିଛନ୍ତି,ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ ଲୋକଙ୍କ କଥା,ଯେମିତି ଆଠଗଡ ପ୍ରଶାସନ ବର୍ତମାନ କୋମା ଷ୍ଟେଜ ରେ ରହିଯାଇଛି,ପ୍ରଶାସନ ଅଧିକାରୀ ମାନେ ଆଉ ଘରୁ ବାହାରୁ ନଥିବା ଯୋଗୁ ଆଠଗଡ ଯୁବ ସଙ୍ଗଠକ ଅଭୟ ବାରିକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ନିଜ ଉଦ୍ୟମରେ ଆଜି ଆଠଗଡ ସହରର ଅଠର ଗୋଟି ୱାର୍ଡ ସହିତ ସମସ୍ତ ମାର୍କେଟ କୁ ସାନିଟାଇଜ କରିଛନ୍ତି,ଅଭୟଙ୍କ ଏଭଳି ଜନହିତ କର କାର୍ଯ୍ୟକୁ ସାଧାରଣ ଜନତା ବେଶ ପ୍ରନ୍ସସା କରିଛନ୍ତି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































