କୋଟଗଡ଼ ମୁଣ୍ଡାସାହୀ ରୁ ମୃତ ଜିଆଦ ଉଦ୍ଧାର
ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳ ଅଧୀନ ମୁଣ୍ଡାସାହିଠାରେ କୌଣସି ସୁତ୍ରରୁ ଖବର ପାଇ ଜଙ୍ଗଲ ବିଭାଗ ରେ ଜଂର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ଵରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଜିଆ ଦକୁ ଜବତ କରିଛନ୍ତି । ତେବେ ପୂର୍ବରୁକିଛି ଲୋକ ସେଠାରେ ପହଞ୍ଚି ମୃତ ଜିଆ ଦକୁ ନେଇଯିବା ଲାଗି ଉଦ୍ୟମ କରୁଥିଲେ । ଫଳରେ କିଛି ସମୟ ଧରି ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ପାଟିତୁଣ୍ଡ ହୋଇଥିଲା ପରେ ପୋଲିସ ପହଞ୍ଚିବାପରେ ବନ ବିଭାଗ କର୍ମଚାରୀ ମୃତଜିଆଦର ଶବ ବ୍ୟବଛେଦ କରି ସେଠାରେ ପୋତିଦେଇଥିଲେ।ହେଲେ ସନ୍ଦେହ ସୃଷ୍ଟି ହେବାରୁ ପୁଣିଥରେ ସେଠାରୁ ଜିଆ ଦର ମୃତଦେହକୁ ଖୋଳି ବାହାର କରି ଅନ୍ୟତ୍ର ପୋତିଥିଲେ।
ଜିଆ ଦରମୁଣ୍ଡରେ ଓ ନାକରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା।
ତେବେ ଖାଦ୍ୟସଂଧାନରେ ଗାଁଆଡକୁ ଚାଲିଆସିଥିବା ଦେଖି କେହି ର୍ଶିକାରୀ ଜିଆଦକୁ ଶିକାର ଉଦ୍ଦେଶ୍ୟରେ ମାରିଥିଲା ନା ଅନ୍ୟ କୌଣସି ବଣୁଆ କୁକୁର କିମ୍ବା ପଶୁଙ୍କ ଆକ୍ରମଣରେ ଜିଆ ଦଟିର ମୃତ୍ୟୁ ଘଟିଛି ତାହା ଜଣା ପଡିନି । ହେଲେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁରସତ୍ୟାସତ୍ୟ ଜଣାପଡିବ ଆଉ ସେହି ଅନୁଯାୟୀ ଆଗକୁ କ। ଯାନୁଷ୍ଠାନ ଗ୍ରହଣ କରାଯିବା ବୋଲି କୋଟଗଡ଼ ରେ ଜଂର ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି ।
ତେ6ବକୋଟଗଡ଼ୱାଇଲଡ ଲାଇ ଫ ସାନଚୁରୀ ହୋଇଥିବାରୁ ଏହି ଜଙ୍ଗଲରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ରହୁଛନ୍ତି ଆଉ ବନ ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଉ ନ ଥିବା ଫଳରେ ବିଭିନ୍ନ ସମୟରେ ଶିକାରୀମାନେ ବନ୍ୟଯନ୍ତୁ ଙ୍କ ଅବାଧ ଶିକାର କରୁଥିବା ଅର୍ଭିଯୋଗ ହେଉଛି । ଏଥିପ୍ରତି ବିଦ୍ଭାଗୀୟ ମନ୍ତ୍ରୀ ଓ ଡିଏଫଓ ଦୃଷ୍ଟିଦେବାକୁ ଦାବୀ ହେଉଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































