ଦିତୀୟ ଲକଡାଉନ ରେ ଆକ୍ସନ ମୁଡ ରେ ଆଠଗଡ ପ୍ରଶାସନ ଓ ପୋଲିସ
ଆଠଗଡ(ତ୍ରିଲୋଚନ ବେହେରା)ଦିତୀୟ ଲକଡାଉନ ରେ ଆକ୍ସନ ମୁଡ ରେ ଆଠଗଡ ପ୍ରଶାସନ,ଦିତୀୟ ଲକ ଡାଉନ କୁ ସରକାର କଡାକଡି କରିଥିବା ବେଳେ ଆଜି ଆଠଗଡ ଉପଜିଲାପାଳ ପୋଲିସ ଫୋର୍ସ ନେଇ ସହରରେ ୧୧ ଟା ବାଜିବା ମାତ୍ରେ ଦୋକାନ ବଜାର ବନ୍ଦ କରିବାପାଇଁ ଦୋକାନୀଙ୍କୁ କହିବା ପୂର୍ବରୁ ଧଡାଧଡ ଦୋକାନୀ ମାନେ ଦୋକାନ ବନ୍ଦ କରିଦେବା ଦେଖିବାକୁ ମିଳିଥିଲା,ପ୍ରଥମ ଲକ ଡାଉନ ରେ ଆଠଗଡ ପ୍ରଶାସନ ପୁରା ଢିଲା ପଡିଯିବା ଯୋଗୁ ଆଠଗଡ ସହର ସହିତ ବ୍ଲକ ରେ ଗତ କୋଡିଏ ଦିନ ମଧ୍ୟରେ ଏକ ହଜାର କରୋନା ପଜିଟିଭ ଆକ୍ରାନ୍ତ ହୋଇ ସାରିଲେଣି,ସାରା ଆଠଗଡ ସହର ସହିତ ଗ୍ରାମାଞ୍ଚଳ ରେ ଲୋକେ ପୁରା ଭୟଭୀତ ହୋଇ ରହିଛନ୍ତି, ଅନ୍ୟପଟେ ଅମାନିଆ ମାନେ ମାନୁ ନଥିବା ବେଳେ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ସେମିତି କିଛି ଆଖି ଦୃଷ୍ଟିଆ କାମ ଆଠଗଡ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ
ଗ୍ରହଣ କରାନଯିବା ଯୋଗୁ ଅମାନିଆ ମାନେ ଆରାମ ରେ ସହର ଓ ଗ୍ରାମାଞ୍ଚଳ ରେ ବୁଲାବୁଲି କରୁଛନ୍ତି, ଦିତୀୟ ଲକ ଡାଉନ ରେ ସରକାର ପୁରା କଡା ଆଭିମୁଖ୍ୟ ଗ୍ରହଣ କରିବାରୁ ଏବେ ପ୍ରଶାସନ ସଜାଗ ହୋଇଛି,ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ପ୍ରଶାସନ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଥିବା ବେଳେ ପୋଲିସର ସାଇରନ ଶବ୍ଦ ରେ ଦୋକାନୀ ମାନେ ଧଡାଧଡ଼ ଦୋକାନ ବନ୍ଦ କରି ଦେଉଛନ୍ତି,ଅମାନିଆ ମାନଙ୍କୁ ସାଇଜ କରିବା ପାଇଁ ଆଗକୁ ଆଠଗଡ ଉପଖଣ୍ଡ ପ୍ରଶାସନ ଉପଖଣ୍ଡ ରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































