ଜଙ୍ଗଲ ମାଫିଆଙ୍କ କବଜାରେ ଭେଜିଆ ସଂରକ୍ଷିତ ଜଙ୍ଗଲ,ହାତୀପଲ ଅସୁରକ୍ଷିତ,ଖାଲରେ ପଡିଲେ ଦୁଇ ଦନ୍ତା ହାତୀ
ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜ ର ନୂଆପାଟଣା ଭେଜିଆ ସଂରକ୍ଷିତ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଅସୁରକ୍ଷିତ, ଦୀର୍ଘବର୍ଷ ହେଲା ଅବି ଭେଜିଆ ଜଙ୍ଗଲରେ ପଥର ମାଫିଆ,ଖଣି ମାଫିଆଙ୍କ ରାଜ ଚାଲିଛି,ପ୍ରତେକ ଦିନ ସଂରକ୍ଷିତ ଜଙ୍ଗଲରୁ ଖଣି ମାଫିଆ ମାନେ ଜଙ୍ଗଲ ତାଡି ଗ୍ରାନାଇଟ ପଥର ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ ମଧ୍ୟ ନାଁ ବନବିଭାଗ ର ନଜର ଅଛି ନା ରାଜସ୍ୱ ବିଭାଗର ନଜର ଅଛି,ତିଗିରିଆରୁ ବିନ୍ଧାଣିମା ଗଲା ବେଳକୁ ରାସ୍ତାରେ ଦେଖାଯାଉଛି ଖଣି ମାଫିଆ ମାନେ କେମିତି ଗ୍ରାନାଇଟ ପଥର ଖଣି ଲୁଟ କରି ଚାଲିଛନ୍ତି,ରାସ୍ତା ଉପରୁ ଜଳଜଳ ହୋଇ ଦିଶୁଥିବା ବେଳେ ଏହା ପ୍ରଶାସନକୁ କିମ୍ବା ବନବିଭାଗ କୁ ଦେଖାଯାଉନାହଁ,ବହୁ ପୂର୍ବରୁ ଏ ସମ୍ପର୍କରେ ଉଦୟ ଲାବଣ୍ୟ ରେ ଖବର ପ୍ରସାରଣ କରାଯାଇଥିଲା ଏହି ଭେଜିଆ ଜଙ୍ଗଲରେ ବନ୍ୟଜନ୍ତୁ ଅସୁରକ୍ଷିତ ଅଛନ୍ତି,ଯାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି, ଚଳିତବର୍ଷ ପ୍ରବଳ ଆମ୍ବ ଆସିଥିବା ବେଳେ ପାଚିଲା ଆମ୍ବ ଖାଇବାକୁ ଆସି ପଥର ମାଫିଆମାନେ ଗ୍ରାନାଇଟ ପଥର ଖୋଳି ନେଇ ବଡ଼ବଡ଼ ଗାଡ଼ କରିଥିବା ବେଳେ ସେହି ଗାଡରେ ପଡି ଯାଇଥିଲେ ଦୁଇଟି ଦନ୍ତାହାତୀ,ରାତିସାରା ଦନ୍ତାହାତୀ ଦୁଇଟି ଖାଲରେ ପଡିରହିଥିଲେ ମଧ୍ୟ ଉଠିବାକୁ ବହୁ ଚେଷ୍ଟାକରି ବିଫଳ ହୋଇଥିଲେ,ଆଜି ସକାଳୁ ଗ୍ରାମବାସୀ ଜାଣିବା ପରେ ଘଟଣା ସ୍ଥଳରେ ଗ୍ରାମବାସୀ ଓ ବନବିଭାଗ ପହଁଚି ଖାଲ ରୁ ଦନ୍ତାହାତି କୁ ବାହାର କରିବାର ଚେଷ୍ଟା କରିଥିଲେ,ଶେଷରେ ଦନ୍ତାହାତୀ ଦୁଇଟି ଜଙ୍ଗଲକୁ ଚାଲି ଯାଇଛନ୍ତି,ଖଣି ମାଫିଆ ମାନଙ୍କ ଯୋଗୁ ଆଜ8 ଦୁଇଟି ଦନ୍ତାହାତୀ ମୃତୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































