ମହଙ୍ଗା ପଡିଲା ନାବାଳିକା ପ୍ରେମ, ଅପହରଣ ଅଭିଯୋଗରେ ଯୁବକ ଗିରଫ:
ବାଲିଗୁଡା,୨୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଗିରଫ ହେଲେ ଯୁବକ। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଗିରଫ ଯୁବକ ଜଣକ ହେଲେ ସିମନବାଡ଼ିସ୍ଥିତ ଜହନପଲ୍ଲୀ ଗ୍ରାମର ମାନସ ଦିଗାଲ। ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜନୈକ ନାବାଳିକାଙ୍କୁ ମାନସ ଦିଗାଲ ପ୍ରଥମେ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଥିଲେ। ପରେ ସେ ଉକ୍ତ ନାବାଳିକାଙ୍କୁ ଗତ ମାସ ୨୦ ତାରିଖ ଦିନ ଅପହରଣ କରିଥିଲେ। ଅପହରଣ ପରେ ନାବାଳିକାଙ୍କ ଘର ଲୋକ ବହୁ ଖୋଜାଖୋଜି କରି ଝିଅକୁ ପାଇନଥିଲେ। ଶେଷରେ ପରିବାର ଲୋକ ଦାରିଙ୍ଗବାଡ଼ି ଥାନାରେ ଆଶ୍ରୟ ନେଇ ୧୬ ତାରିଖ ଦିନ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ମାମଲା ନଂ ୮୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରି ମାନସର ଫୋନକୁ ଟ୍ରାକିଂ କରିଥିଲା। ଦଡ଼ିକ୍ଲିୟୁ ଗ୍ରାମରୁ ମାନସକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରାଯାଇଛି। ଏହି ମାମଲାର ତଦନ୍ତ ଏସଆଇ ସୌମ୍ୟକାନ୍ତ ପଣ୍ଡା କରୁଛନ୍ତି। ମାନସକୁ ପୋକ୍ସୋ ଆକ୍ଟ ଅନୁଯାୟୀ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































