ସାମ୍ବାଦିକ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସାମ୍ବାଦିକ ସଂଗଠନ ଓଜା ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର
ପୁରୀ(ଉଲାପ୍ର)ଓଡ଼ିଶାର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଗଠନ ଓଜା ପକ୍ଷରୁ କୋଭିଡ 19 ବର୍ତ୍ତମାନ କରୋନାର ୨ୟ ଲହର ଚାଲିଥିବା ବେଳେ ଏଭଳି ମହାମାରୀକୁ ଭ୍ରୁକ୍ଷେପ ନକରି ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ଭାଇ ମାନେ ଖବର ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇଛନ୍ତି । ଏହିଭଳି କାର୍ଯ୍ୟରତ ସାମ୍ବାଦିକ ମାନେ ଲକଡାଉନ ସମୟରେ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡିଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । ଏଭଳି ସମୟରେ ରାଜ୍ୟ ସରକାର ସହାୟତାର ରାଶି ପ୍ରଦାନ କଲେ ବିଶେଷ ଉପକୃତ ହୋଇପାରନ୍ତେ ସାମ୍ବାଦିକ ଗଣ । ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ପୁରୀର ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର ପାତ୍ର ମହୋଦୟଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ
ସ୍ମାରକପତ୍ର ଓଜା ସଂଗଠନ ପୁରୀ ପକ୍ଷରୁ ପ୍ରଦାନ କରାଯାଇଛି । ଉଲ୍ଲେଖ ଥାଉ କି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ଓ ବୀମାଭୁକ୍ତ ସାମ୍ବାଦିକ ମାନଙ୍କୁ କରୋନା ଯୋଧ୍ୟା ଭାବେ ଘୋଷଣା କରିଥିବାରୁ ଓଜା ସଂଗଠନ ପକ୍ଷରୁ ସ୍ୱାଗତ କରିବା ସହ ବର୍ତ୍ତମାନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଏଥିରେ ସକାଳସାଥୀ ଦୈନିକ ଖବର କାଗଜର ମୁଖ୍ୟ ବ୍ୟୁରୋ ତଥା ଓଡ଼ିଶା ସାମ୍ବାଦିକ ସଙ୍ଗଠନର ପୁରୀ ସଭାପତି ସମାଜସେବୀ ଶ୍ରୀ ଲାଲା ଅନନ୍ତ କୁମାର ସିଂହ,ଉପଦେଷ୍ଟା ନାରାୟଣ ଚନ୍ଦ୍ର ସିହ୍ନା,ସମ୍ପାଦକ ବିକ୍ରମ ବେହେରା,ଅନ୍ୟ ସାମ୍ବାଦିକ ସଙ୍ଗଠନର ସଦସ୍ୟ ମାନେ ତଥା ବାପି ଜେନା, ଶୁଭାଶିଷ ପଣ୍ଡା,ସ୍ୱାଗତିକା ବେହେରା, ଜି ବାପି,ରଶ୍ମିତା ଗୁରୁ,ଯଯାତି କେଶରୀ ନାୟକ, ରତ୍ନାକର ସେଠି,ମଧୁସୂଦନ ପାତ୍ର,ରଞ୍ଜନ କୁମାର ସାହୁ,ପ୍ରମୂଖ ଉପସ୍ଥିତ ଥିଲେ ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































