ତାରିଣୀ ମନ୍ଦିର ନିକଟରେଅଚିହ୍ନା ଶବ ଉଦ୍ଧାର
ଫୁଲ ବାଣୀ-( ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ କଖାରୁ ଖ6ଝାଲା ପଞ୍ଚାୟତର ବୁଦ୍ କା ଖୋଲତାରିଣି ମନ୍ଦିର ନିକଟ ଜଙ୍ଗଲରୁ ଏକ ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ। ଦୀର୍ଘ ଦିନ ହେଲା ଶବଟି ଏକ
ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ପଡିଯିବା ଫଳରେ ତଳକୁ ଖସିପଡ଼ିଥିଲା। ତେବେ ଶବଟିର ପରିଚୟ ଏଯାଏଁ ମିଳିପାରିନି। ଶବଟିସଂପୂର୍ଣ୍ଣପଚିଯାଇ ମା ସଂଖସିପଡିଛି କେବଳ କଙ୍କାଳ ଦେଖାଯାଉଛି । , ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଥିବା ଲୋକ ଶବ ଦେଖି ଗ୍ରାମରେ କହିଥିଲେ। ବେକରେ ଗାମୁଛା ବନ୍ଧାହୋଇ ଶବ ଝୁଲୁଥିବା ଦେଖିଥିବା ଲୋକମାନେ କହୁଛନ୍ତି । ହେଲେ ଏହା ହତ୍ୟା ନା ଆମହତ୍ୟା ଜଣାପଡିନି । ତେବେ ପୋଲିସ ଘଟଣାର ଛାନବିନ କରୁଥିବା ଜଣା ପଡିଛି । ପୋଲିସ ତଦନ୍ତ ପରେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ସୂଚନା ଦେଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































