ଉଦୟ ଲାବଣ୍ୟ ର ପ୍ରଭାବ ଦୁଇଟି ଗାଁର ପାନୀୟ ଜଳ ସଙ୍କଟ ଦୁର ହେଲା,ଲୋକେ ଖୁସ
ଫୁଲ ବାଣୀ-(ସୁନୀଲପଟନାୟକ) ଏବେଖରାଦିନ। ପିଇବା ପାଣି ଗରାଏ ପାଇଁ ହନ୍ତସନ୍ତ ହେଉଥିବା କନ୍ଧମାଳ ଜିଲ୍ଲା ଚକାପାଦବ୍ଳକ ବ୍ରାହ୍ମଣପାଦ ପଞ୍ଚାୟତର ଶ୍ରୀରାମ ସାହି ଓ ବିଲୁଆପଡ଼ା ଗ୍ରାମରତଳ ମଣ୍ଡଳ ସାହିର ଲୋକେ ଦୀର୍ଘ ବର୍ଷ ଧରି ଜଳଯନ୍ତ୍ରଣା ଭୋଗୁଥିଲେ । ପାଣିପାଇଁ ମାଇଲମାଇଲ ବାଟ ଧୁଧୁଖରାରେ ନଦୀ ନାଳରୁ ପାଣି ଆଣୁଥିଲେ। ଏନେଇଅଭିଯୋଗ କଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ସେମାନଙ୍କ କଥା ଶୁଣୁନଥିଲେ। ହେଲେ ଏନେଇ ଉଦୟ ଲାବଣ୍ୟ ରେ ଖବର ପ୍ରକାଶ ପାଇଥିଲା ଫଳରେ ଗ୍ରାମକୁ ବିଡିଓ ଓ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଯାଇ ପହଞ୍ଚି ତଦନ୍ତ କରିଥିଲେ। ସତ୍ୟାସତ୍ୟ ଜାଣିବା ପରେ ବ୍ରାହ୍ମଣପାଦ ପଞ୍ଚାୟତର ଶ୍ରୀରାମ ସାହିରେ ଯୁଦ୍ଧକାଳୀନ ଭିତ୍ତିରେ ଦୁଇଟି ସ୍ଥାନରେ ପବ୍ଲିକ ଷ୍ଟାଣ୍ଡ ପୋଷ୍ଟ ବସାଇବା ଫଳରେ ଲୋକେ ହାତ ପାଆନ୍ତାରେ ପାଣି ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏବେ ଆଉ ସେମାନଙ୍କୁ ମାଇଲ ମାଇଲ ବାଟଖରାରେ ଯିବାକୁ ପଡିବନି ବୋଲି କହିବା ସହ ଗଣମାଧ୍ୟମ ପ୍ରତିନିଧି, ବିଡିଓ ଅନୀଲପଟନାୟକ ଓ ଜଳ ଯୋଗାଣ ଯନ୍ତ୍ରୀ ଇଂ ମୌସୁମୀ ପଟ୍ଟନାୟକପ୍ରମୁଖ ଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀରାମ ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ଜାନକୀ ବେହେରା ଓ ସଂପାଦକ,ନର୍ମଦା ସାହୁ।
ସେହିପରି ଏହି କାର୍ଯ୍ୟ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କ ଯୋଗୁଁ ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ପିତାବଳୀ ଏସଏଚଜିର ସଭାପତି ସୁମିତ୍ରା ବେହେରା ଓ ସଂପାଦକରଶ୍ଚିତ । ମୁଖି |
ସେହିପରି ଏହି ପଞ୍ଚାୟତ ଅନ୍ତର୍ଗତ ତଳମୁଣ୍ଡଳୀ ଗ୍ରାମରେ ୨୧ ପରିବାରର ୭୬ ଲୋକ ରହୁଥିଲେ ମଧ୍ୟ ଗ୍ରାମରେ ଗୋଟିଏ ବି ନଳକୁପ ନଥିଲା । ବାରମ୍ଵାର ଗ୍ରାମବାସୀ ଦାବୀ କରୁଥିଲେ ମଧ୍ୟ ପ୍ରଶାସନ ଶୁଣି ନଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଏବେ ପ୍ରଥମକରି ନଳକୂପ ଖନନ କାର୍ଯ୍ୟଆରମ୍ଭ କରିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ। ଫଳରେ ଏହି ଗ୍ରାମର ଲୋକଙ୍କ ଖୁସି କହିଲେ ନସରେ । ସେମାନେ ମଧ୍ୟ ହାତପାଆନ୍ତ । ରେ ପାଣି ପାଇବେ ବୋଲି ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମର ପଙ୍କଜ ମଲିକ,ଅଙ୍ଗଦ ମଲିକ, କିଶୋରମଲିକ, ଉଗ୍ରେସନ ମଲିକ ।
ଏବେ ଦୁଇ ଦିନ ହେଲା ଗ୍ରାମବାସୀଙ୍କ ସହଯୋଗରେ ନଳ କୁ ପ ଖନନ ଆରମ୍ଭ ହୋଇଥିବା କଥା ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଇଂ ମୌସୁମୀ ପଟନାୟକ କହିଛନ୍ତି ।
ଚକାପାଦ ବ୍ଳକର ସମସ୍ତ ଜନ ସାଧାରଣ ହାତ ପାଆନ୍ତାରେ ଯେପରି ସ୍ୱଛ ପାନୀୟ ଜଳ ପାଇବେ ସେହି ପ୍ରତି ବିଭାଗ ସତର୍କ ଦୃଷ୍ଟି ରଖିଥିବା ଯନ୍ତ୍ରୀ ପଟନାୟକ କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































