ଗଣମାଧ୍ଯମ ପ୍ରତିନିଧିଙ୍କ ଉପରେ ଆକ୍ରମଣଘଟଣା ନେଇ କନ୍ଧମାଳ ଏସପିକୁ ଭେଟି କାର୍ଯାନୁଷ୍ଠାନ ଦାବୀ କଲା କେଡ଼ିଜେଏ
.
ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲାରେ ଦିନକୁ ଦିନ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଦୁର୍ବ୍ୟବହାର ଓ ମରଣାନ୍ତକ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ଫଳରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇବା ସହ
କା ର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀରେ ସୋମବାର
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ବରୀଷ୍ଠ ସାମ୍ବାଦିକ ଡ .ଅରୁପ କୁମାର ଜେନାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଙ୍କୁ ଭେଟି ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟଯେ ନିଉଜ ସଂଗ୍ରହ କରିବାକୁ ଯାଇଥିବାବେଳେ ଏକ ୱେବ ଚାନେଲର ପ୍ରତିନିଧି ଅଶୋକ ମିଶ୍ରଙ୍କୁ ନାଇଟଡ୍ୟୁଟି ରେ ଥିବା ଫୁଲ ବାଣୀ ଟାଉନ ଥାନା ର ଏସ ଆଇ ଦୀପକ ସାମନ୍ତସିଂହାର କୁ ଆଡେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିବା ଅଭିଯୋଗ କରିଥିଲେ ସାମ୍ବାଦିକ ମିଶ୍ର।ତେବେ ପରଦିନ ସକାଳେ ପୁଣି ନିଉଜ କରିବାକୁ ଯାଇଥିବାବେଳେ ଠିକାଦାର ଓ ଶ୍ରମିକ ମାନେ ଶ୍ରୀ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମିଶ୍ର ଟାଉନ ଥାନାରେ ଏତଲା ଦେଇଥିଲେ। ଏଥିରେ ସଂପୃକ୍ତ ପୋଲିସ ଏ ସଆଇଙ୍କ ହାତ ଥିବା ସନ୍ଦେହ କରାଯାଉଛି।
ଏଯାଏ ପୋଲିସ ଅପରାଧିମାନଙ୍କୁ ଗିରଫ କରି ନ ଥିବା ଯୋଗୁଁ କେଡିଜେଏ ପକ୍ଷରୁ ସଭାପତି ଡଅରୁପ କୁମାର ଜେନା, ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ , ସନ୍ତେ।ଷତିଗଲ, ଜୟସେନ ପରିଡା ପ୍ରମୁଖ ଉଦବେଗ ପ୍ରକାଶ କରିବା ସହ ପୋଲିସଏ ସଆଇଙ୍କୁ ନିଲମ୍ବନ କରିବା ସହ ଅଭିଯୁକ୍ତ ଠିକାଦାର ଓ ସହଯୋଗୀମାନଙ୍କୁ ଗିରଫ କରିବାପାଇଁ ପୂର୍ବରୁ ଦାବୀ କରିଥିଲେ ।
ତେବେ କନ୍ଧମାଳ ଏସପି ଏସଆଇକୁ ପୋଲିସ
ହେଡ କ୍ଵାର୍ଟର କୁ ବଦଳୀ କରିଥିବା ନେଇ କହିବା ସହ ଉଚ୍ଚ ଅଧିକାରୀଙ୍କ ଦ୍ଵାରାଘଟଣାର ତଦନ୍ତ କରାଯାଉଛି ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ଫିରିଙ୍ଗିଆ ସାମ୍ବାଦିକ ଅଶୋକ ରାଏ ଙ୍କ ଉପରେ ଆକ୍ରମଣ ଘଟଣା ଓ ତାଙ୍କୁ ସୁରକ୍ଷା ପ୍ରଦାନ ନେଇ ମଧ୍ୟ ଆଲୋଚନା ହୋଇଥିଲା ା
ଆଜି କନ୍ଧମାଳ ଏସପି ଙ୍କ ସହ ପ୍ରତିନିଧିମାନଙ୍କ ଆଲୋଚନା ସଫଳ ହୋଇ ଥିବା ଓ ଏସପି ସାମ୍ବାଦିକଙ୍କ ଦାବୀ ପ୍ରତି ସହୁଦୟତାର ସହ ବିଚାର କରିବେ ବୋଲି କହିଛନ୍ତି ।
ଏହି ଆଲୋଚନା ସମୟରେ କନ୍ଧମାଳଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡ .ଅରୁପ ଜେନା, ସଂପାଦକ ଜୟ ସେନ ପରୀଡା, ସନ୍ତେ।ଷ ଦିଗଲ, ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଓୟୁଜେରଜିଲା ଶାଖା ସଭାପତି ପ୍ରଶାନ୍ତ ବେହେରା ଓ ବିରେନ୍ଦ୍ରସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଦୁଇଟି ସଂଘ ପକ୍ଷରୁ କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































