ରେବତୀ ଶବର ଜି ଉଦୟଗିରି ନୂତନ ଥାନା ଅଧିକାରୀଣି
ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଜିଉଦୟଗିରି ଥାନା ଅଧିକାରିଣୀ ଭାବେ ରେବତୀ ଶବର ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଏଥି ପୂର୍ବରୁ ଫୁଲବାଣୀ ଟାଉନଥାନା,ଟିକା ବାଲି ଥାନା ରେ ଆଇଆଇସି ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଛନ୍ତି ।ଜିଉଦୟଗିରିରେ ଥିବା ଥାନା ଅଧିକାରୀ ନରେଶ ସାହୁଙ୍କ ଅନୁଗୁଳ ଜିଲ୍ଲାକୁ ବଦଳୀ ହେବାପରେ ରେବତୀ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଦକ୍ଷ ମହିଳା ଅଫିସର ଭାବେ ରେବତୀଙ୍କ ଜିଲ୍ଲାରେ ନା ରହିଛି ଓ ତାଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ପୁରସ୍କୃତ ମଧ୍ୟ ହୋଇଛନ୍ତି।
ରେବତୀ ଦାୟିତ୍ଵ ଗ୍ରହଣ କରିବାପରେ ଜିଉଦୟଗିରି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବା ସହ କଳିଙ୍ଗାଘାଟିରେ ଚାଲିଥିବା ଲୁଟପାଟ ଡକାୟତି . କୁ ରୋକିବା ଦିଗରେ ସେ ସଫଳ ହେବେ ବୋଲି ଆଶା କରାଯାଉଛି । ସେହିପରି କରୋନା ସଂକ୍ରମଣ ରୋକିବା ପାଇଁ ଚାଲିଥିବା ଲକ ଡାଉନକୁ କଡ଼ାକଡ଼ି ପାଳନ କରିବା ଦିଗରେ ଦୃଷ୍ଟିଦେବା ସହ ଆମାନିଆ ମାନଙ୍କୁ ସାବାଡ଼ କରିବା ଦିଗରେ ଦୃଢ ପଦ6କ୍ଷପ ନେବେ ବୋଲି ଆଶା କରାଯାଉଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































