ନିୟମଭଲଙ୍ଘନ କରି ଭୋଜି ରାନ୍ଧି ୧୦ ହଜାର ତଣ୍ଡଗଣିଲେ
ଫୁଲ ବାଣୀ ,-(ସୁନୀଲପଟନାୟକ)
ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୧୦ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ।
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ପର୍ତ୍ତମାହା ପଞ୍ଚାୟତର କଟା ବାଡ଼ି ଗ୍ରାମରେ।
କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଦାରିଙ୍ଗବାଡିପୋଲିସ ଥାନା ଅଧିକାରୀ କୌଶିକ ମାଝି ମିଳିତଭାବେ ଚଢାଉ କରି ସେଠାରେ ଭୋଜି ଚାଲିଥିବା ଦେଖିଥିଲେ । ଏନେଇ ଗୃହକର୍ତ୍ତାଙ୍କୁ ତାଗିଦ କରିବା ସହ ତାଙ୍କଠାରୁ ୧୦ ହଜାର ଟଙ୍କା ଜରିମାନ । ଆଦାୟ କରିଥିଲେ । ଏତେ ସଚେତନତା ସତ୍ଵେ କିଛି ଅମାନିୟାଲୋକେ କୋଭିଡ଼ନିୟମ ଉଲଙ୍ଘନ କରୁଛନ୍ତି ଆଉ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ତହସିଲଦାର କଳାକୃଷ୍ଣ ପ୍ରଧାନ କହିଛନ୍ତି ।
ସେହିପରି ଲୋକଙ୍କୁ ମI ସ୍କ ପିନ୍ଧିବା ସହ ସାନିଟାଇଜ ବ୍ୟବହାର କରିବା ଓ ବଜାରରେ ସାମାଜିକ ଦୁରତା ରକ୍ଷାକରିବା ଲାଗି ପରାମର୍ଶ ଦିଆଯାଉଛି । ଲୋକେ ସରକାରଙ୍କ କୋଭିଡ଼ନିୟମ କୁ ପାଳନ କଲେ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବା ସହ ନିୟନ୍ତ୍ରଣରେ ରହିବ। ଏଣୁ ସମସ୍ତ ଜନସାଧାରଣ କରେ । ନାକଟକଣା ମାନି ପ୍ରଶାସନକୁ ସହଯୋଗ କରିବାପାଇଁ ଦାରିଙ୍ଗବାଡି ତହସିଲଦାର ପ୍ରଧାନ ପରାମର୍ଶ ଦେଇଛନ୍ତି । ଏଥି ପୂର୍ବରୁ ମଧ୍ଯ ବିନା ଅନୁମତିରେ ଚାଲିଥିବାବାହାଘରଭୋଜି ଉପରେ ଚଢ଼ାଉ କରି ଜୋରିମାନା ଆଦାୟ କଲେଣି ତଥାପି ଲୋକଙ୍କ ମାନସୀକତାରେ ପରିବର୍ତ୍ତନ ଆସୁନି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































