ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି ଦେଖନ୍ତୁ
ଆଠଗଡ(ଉଲାପ୍ର)ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ,ତା ପୁଣି ୟାସ ବାତ୍ୟା ସମୟରେ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କ8କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସରେ ଫୁଟିବା ଏକ ବିରଳ ଘଟଣା,ତା ପୁଣି ୟାସ ବାତ୍ୟା ସମୟରେ, ପ୍ରକୃତରେ ଏହି ବ୍ରହ୍ମ କମଳ ଫୁଲ ଏକ ବିରଳ ଫୁଲ,ଭାଗ୍ୟରେ ଥିଲେ ଏହି ଫୁଲ ଫୁଟିଥାଏ,ଆସନ୍ତାକାଲି ମଧ୍ୟ ଆହୁରି ଏହି ଫୁଲ ଫୁଟିବାର ସମ୍ଭାବନା ରହିଛି,ଭାଗ୍ୟରେ ଥିଲେ ଏହି ଫୁଲ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ,ଶ୍ରୀଯୁକ୍ତ ଦାଶ ଆଜି ତିନିଗୋଟି ଫୁଲକୁ ସନ୍ଧ୍ୟା ସମୟରେ ତୋଳି ଘରେ ଥିବା ଜଗନ୍ନାଥ ଙ୍କୁ ସମର୍ପଣ କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































