ବାଲିଗୁଡା:ସ୍କପିଓ ଧକ୍କାରେ ଜଣଙ୍କ ମୃତ୍ୟୁ :କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ
ବାଲିଗୁଡା,୨୭/୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଡ଼ାକୁନ୍ଦେଲି ଗ୍ରାମର ଉଜ୍ୱଳ ସିଂ ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ବୁଡ଼ାକୁନ୍ଦେଲି ଗ୍ରାମର ଉଜ୍ଜଳସିଂ ନାମକ ଜଣେ ବ୍ୟକ୍ତି ନିଜ ଗାଁ ରୁ ଶଶୁର ଘର ଖମନପଡା ଯାଉଥିବା ସମୟରେ ଖମନପଡା ଛକ ରାସ୍ତା କଡ଼ରେ ମୋଟରସାଇକେଲ ରଖି ବସିଥିବାବେଳେ ଏକ ଧଳାରଙ୍ଗର ସ୍କୋର୍ପିଓ ଦ୍ରୁତ ବେଗରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ମଝିକୁ ଛିଟିକି ପଡ଼ିଥିଲେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ତୁମୁଡ଼ିବନ୍ଧ-କଳାହାଣ୍ଡି ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ମାଲବାହୀ ଟ୍ରକ୍ ସମେତ ଏକାଧିକ କାର ଅଟକି ରହିଥିବାବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































