ନରସିଂହପୁର ବାଘୁଆପାଳ ହରିଜନ ସାହିରେ ପାନୀୟ ଜଳର ଘୋର ଅଭାବ
ନରସିଂହପୁର-(ଉ ଲା ପ୍ର)
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଂଚାୟତ ର ବାଘୁଆପାଳ ହରିଜନ ସାହିରେ ଦେଖା ଦେଇଛି ପାନୀୟ ଜଳର ଅଭାବ। “ଜଳ ହିଁ ଜୀବନ “ଜଳ ବିନା ମନୁଷ୍ୟ ବଂଚିବା ଅସମ୍ଭବ। ସକାଳ ହେବା ମାତ୍ରକେ ପାଣି ନେବା ପାଇଁ ଲାଗିଥାଏ ଲୋକଙ୍କ ଲମ୍ବା ଲାଇନ। ଗୋଟିଏ ନଳକୂପ ଥିବାରୁ ଲୋକମାନେ ପାଣି ଟିକେ ନେବା ପାଇଁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।ସେଠାକାର ଲୋକ ସଂଖ୍ୟା ପ୍ରାୟ ଦୁଇଶହ ରୁ ତିନିଶହ ହେବବୋଲି ସେଠାକାର ଲୋକ କହିଛନ୍ତି । ବାଘୁଆପାଳ ଗ୍ରାମର କିଛି ଲୋକ ନୂଆ ନଳକୂପଟିଏ ନିଜ ଗ୍ରାମରେ ଖୋଳିବା ପାଇଁ ସରକାର ଙ୍କ ପାଖରେ ଗୁହାରି କରିଆସୁଥିଲେ ମଧ୍ୟ ସରକାର ତାଙ୍କ କଥାକୁ କର୍ଣ୍ଣ ପାତ କରୁନଥିବା କହିଛନ୍ତି। ଭୋଟ ସମୟରେ ବଡ ବଡ ନେତା ମନ୍ତ୍ରୀଙ୍କ ସେହି ଗ୍ରାମକୁ ସୁଅ ଛୁଟିଥାଏ ହେଲେ ଭୋଟ ପାଇଗଲା ପରେ ସମସ୍ତେ ସମସ୍ତଙ୍କ ବାଟରେ ଚାଲିଯାଉଛନ୍ତି ବୋଲି ବାଘୁଆପାଳ ଗ୍ରାମର କିଛି ଲୋକ କହିଛନ୍ତି। ଏଥିରେ ସରପଞ୍ଚଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏ ଦୃଶ୍ୟ ପ୍ରସାରଣ ପରେ ଭାଘୁଆପାଳ ଗ୍ରାମରେ ସରକାରଙ୍କ ତରଫରୁ କେବେ ନୂଆ ନଳକୂପ ଟିଏ ଖୋଳା ଯାଉଛି ତାହା ଦେଖିବା ବାକି ରହିଲା ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































