ବୋହୁକୁ ଘରେ ପୁରାଇ ଲେନି ଶାଶୁ, ଫୁଲବାଣୀ ଅମଲାପଡ଼ା ସାହିରେ ଉତେଜନା
..
ଫୁଲ ବାଣୀ- (ସୁନୀଲ ପଟନାୟକ) ବୋହୁ ଯାଇଥିଲେ ବାପ ଘର।ବାପ ଘର ତାଙ୍କର ହିଞ୍ଜିଳିକାଟୁ,I ସେଠାରୁ ବୋହୁ ନିଜ ୭ବର୍ଷ ଝିଅକୁ ନେଇ ଫୁଲବାଣୀ ଅମଲାପଡ଼ାସ୍ଥିତ ଶାଶୁଘରକୁ ଆସିବାବେଳେ ଶାଶୁ ବୋହୁ କୁ ଘରେ ନ ପୁରାଇ ତଡିଦେଇଥିଲେ ଓତାଲା ଠୁକି ଅନ୍ୟତ୍ର ଚାଲିଯାଇଥିଲେ । ଫଳ ରେ ବୋହୁ ୭ ବର୍ଷର ଝିଅ କୁ ଧରିଅସହାୟ ଅବସ୍ଥାରେ ଘର ସମ୍ମୁଖରେ ବସିରହିଥଲୋଏହା ଦେଖି ସାହିରେ ଥିବା ଏସଏଚଜି ଗୁପର ମହିଳାମାନେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଖବରପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାଶୁକୁ ଡକାଇ ସାହି ଲୋକ ଓ ଏସ ଏଚ ଜି ଗୁପ ମହିଳାଙ୍କ ଉପସ୍ଥିତିରେ ବୋହୁ ଶାଶୁଘରେ ପ୍ରବେଶ କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଫୁଲ ବାଣୀରେ ।
ସୂଚନାଯୋଗ୍ୟଯେ, ହିଞ୍ଜିଳିକାଟୁ ଅଞ୍ଚଳର ପୁଷ୍ଠିତ । ମହାପାତ୍ର ଫୁଲ ବାଣୀର ଅମଲାପଡ଼ାରେ ରହୁଥିବା ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଡେମନ ଷ୍ଟ୍ରେଟର ସ୍ଵର୍ଗତ ସୁର୍ଯ୍ୟ ମହାପାତ୍ରଙ୍କ ଏକମାତ୍ର ପୁଅ ଦୀପକ ମହାପାତ୍ରକୁ ବିବାହ କରିଥିଲେ। ପୁଷ୍ଠିତ । ଙ୍କ ୭ବର୍ଷ ର ଝିଅ ଅଛି । ପୁଷ୍ପିତ । ଙ୍କ ସ୍ଵାମୀ ଦୀପକ ତିନି ବର୍ଷ ତଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାପର ଠାରୁ ଶାଶୁ ଶଶୁର ଓ ଅନ୍ୟମାନେ ବୋହୁ ପୁଷ୍ଠିତା ଙ୍କୁ ମାନସୀ କ ଓ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ। ଫଳରେ ଏନେଇ ମାମଲା ମଧ୍ୟ ଚାଲିଛି। ଏହାକୁ ନେଇ ଶାଶୁ ବୋହୁ ଓ ଶଶୁର ଙ୍କ ସହ ପୂର୍ବରୁ ଗଣ୍ଡୋ ଗଳ ଲାଗି ରହିଥିଲା । ପରେ ଶ୍ଵଶୁର ଘଟଣାର ମିମାଂସା କରିବାଲାଗି ବୋହୁ କୁ ଘରକୁ ଆଣିଥିଲେ। କିଛିଦିନ ପରେ
ଗତ ବର୍ଷ ଶ୍ୱଶୁର ସୂର୍ଯ୍ୟମହାପାତ୍ରଙ୍କ ମୃତ୍ୟୁ ଘଟିଥିଲା। ଫଳରେ ପୁଣି ଉଭୟ ଶାଶୁ ବୋହୁଙ୍କ ମଧ୍ୟରେ ତୁ ତୁ ମେ 6ମ ଚାଲିଥଲା।
ତେବେ ସ୍ୱାସ୍ଥ୍ୟଗତ କାରଣ ରୁ ବୋହୁ କିଛିଦିନ ପାଇଁ ବାପଘରକୁ ଯାଇଥିଲେ ହେଲେ ଫେରିବାରୁ ଘରେ ପଶିବାକୁ ମନାକରିଦେଇଥିଲେ ଶାଶୁ । ଯାହାକୁ ନେଇ ସାହିରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଶାଶୁ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ହୋଇ ତାଙ୍କର ଏଭଳି ଅମାନବୀୟ ଆତରଣ
ନିଶ୍ଚିତ ଦୁର୍ଭାଗ୍ୟଜନକ ବୋଲି ଏସଏଚଜି ଗୁପର ମହିଳାମାନେ ମତ ବ୍ୟକ୍ତ କରିଛନ୍ତି ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































