ଉଦୟ ଲାବଣ୍ୟର ପ୍ରଭାବ- ଘର ଓ ରାସନ କାର୍ଡ଼ ଦେବାଲାଗି ପ୍ରକ୍ରିୟା ଆରମ୍ଭ
ଫୁଲ ବାଣୀ- (ସୁନୀଲ ପଟନାୟକ/ଚକାପାଦ ଲାଲବାହାଦୁର ବେହେରା)ଉଦୟ ଲାବଣ୍ୟରେ ଖବର ପ୍ରସାରଣ ପରେ ଚକାପାଦ ବ୍ଳକ ପ୍ରଶାସନ ଚେତିଛି।
ଚକାପାଦ ବ୍ଲକ ବିଡିଓ ଅନଲପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବ୍ଳକ୍ ଏମଆଇ ମଳୟ କୁମାରମେହର ବ୍ରାହ୍ମଣପାଦପଞ୍ଚାୟତର କୁନା ଡାକୁଆ ଓ ରୁନୁ ଡାକୁଆ ଙ୍କ ଘରକୁ ଯାଇ ରାସନ କାର୍ଡ଼ ଦେବାଲାଗି ତଦନ୍ତ କରିଛନ୍ତି । ଅତି ଶିଘ୍ର ଏହି ଗରିବ ପରିବାରକୁ ରାସନ କାର୍ଡ଼ ଯେପରି ମିଳିବ ସେ ନେଇ ବ୍ୟବସ୍ଥା କରାଯାଉଥିବା କଥାଚକାପାଦ ଏମଆଇ ମଳୟ କୁମାରମେହର କହିଛନ୍ତି ।
ସୂଚନାଯୋଗ୍ୟଯେ, ବ୍ରାହ୍ମଣପାଦ ଅଞ୍ଚଳରେ ଏକ ଝାଟିମାଟି କାନ୍ଥ ର ଭଙ୍ଗା ଦଦରା ନୁଆଁଣିଆ ଚାଳ ଛପର ଘରେ ସମସ୍ତ ସରକାରୀ ଯୋଜନା ଠୁ ଦୁରରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଥିବା କୁନା ଡ଼ାକୁଆ ଓ ରୁନୁ ଡାକୁଆ ଙ୍କ ସଂପର୍କରେ ଗତ ୨୫ ତାରିଖରେ ଏହି ୱେବ ଚ୍ୟାନେଲରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଦୀର୍ଘବର୍ଷ ହେଲା ଦଉଡି ଦଉଡି ନା ଆବାସ ଯୋଜନାରେ କୁନା ଙ୍କୁ ଘର ଖଣ୍ଡିଏ ମିଳିଥିଲା ନା ଖାଉଟି ସୁରକ୍ଷା ଯୋଜନାରେ ରାସନ କାର୍ଡ଼ । ଅଭିଯୋଗ କଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିଲେ।
ଫଳରେ ତାଙ୍କର ସରକାରୀ ବିଧିବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଆସ୍ଥା ତୁଟିଯାଇଥିଲା । ନା ସରପଞ୍ଚ ନା ବ୍ଳକ ପ୍ରଶାସନ ତାଙ୍କ କଥା କେହି ବି ବୁଝିଲେନି ବୋଲି କ୍ଷୋଭର ସହ କହିଥିଲେ।
ଏ ସଂପର୍କରେ ଖବର ପାଇବାପରେ’ ଆବାସ ଯୋଜନା ଘର ସାଙ୍ଗକୁ ରାସନ କାର୍ଡ୍ ସାତ ସପନ’ ଶିର୍ଷକ ଏକ ଖବର ପ୍ରକାଶ ପାଇବାର ୪୮ ଘଣ୍ଟା ନ ପୁରୁଣୁ ବ୍ଲକ୍ ଏମଆଇ ମଳୟ କୁମାର ମେହର ବ୍ରାହ୍ମଣପାଦ ଯାଇ କୁ ନ। ଡ। କୁଆଙ୍କ ଘରେ ପହଞ୍ଚି ତାଙ୍କ ଅବସ୍ଥା ଦେଖି ବା ପରେ ରାସନ କାର୍ଡ଼ ଓ ଆବାସ ଯୋଜନାରେ ଘର ଦେବା ଲାଗି ପ୍ରତିଶୃତି ଦେଇଥିବା ଜଣା ପଡିଛି । ଫଳରେ ଦୁଃଖ କଷ୍ଟରେ ଥିବା ଏହି ଦମ୍ପତିଙ୍କ ମୁହଁରେ ହସ ଫୁଟିଛି। ସେମାନେ ବ୍ଳକ ବିଡିଓ ଅନୀଲ କୁମାର ପଟନାୟକ, ଏମଆଇ ମଳୟ କୁମାର 6ମହରଙ୍କୁ ଧନ୍ୟ ବାଦ ଜଣାଇବା ସହ ଗଣମାଧ୍ୟମ ଯୋଗୁଁ ତାଙ୍କ ସ୍ଵପ୍ନ ସାକାର ହେବାକୁ ଯାଉଥିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଆନ୍ତରିକକୃତଜ୍ଞତା ଜଣାଇଛନ୍ତି ଏହି ପରିବାର’।
କେବଳ କୁନା ଏକା ନୁହନ୍ତି ଗ୍ରାମର ରାମଚନ୍ଦ୍ର ପ୍ରଧାନ ଓ ଅତି ସ ସାହୁ ଘରକୁ ଯାଇ ମଧ୍ୟ ତଦନ୍ତ୍ର କରିଥିଲେ ଏମଆଇ ମେହର ।
ତେବେ ଚକାପାଦ ବ୍ଲକ ପ୍ରଶାସନ କେତେ ଶିଘ୍ର ଏହି ଗରୀବ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେଉଛି ତାକୁ ହିଁ ଅପେକ୍ଷା ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































