ପଦ୍ମଶ୍ରୀ ପୁର୍ଣ୍ଣମାସୀ ଯାନୀ ସୁସ୍ଥ ହୋଇ ଫେରିଲେ
ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ତଥା ଓଡିଶା ର ଗର୍ବ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ବୟସାଧିକ ଯୋଗୁଁ ରବିବାର ହଠାତ ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ପୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ସିଡିଏ ମଓ ଡା.ରାଜଶୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ପୂର୍ଣ୍ଣମାସୀଙ୍କ ଚିକିତ୍ସା କରୁଥିଲେ। ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଫଳରେ ପଦ୍ମଶ୍ରୀପୂର୍ଣ୍ଣମାସୀ ୫ ଦିନ ମଧ୍ୟରେ ସଂପୁର୍ଣ୍ଣ ସୁସ୍ଥ ହୋଇଘରକୁ ଫେରିଥିବା ସିଡ଼ିଏ ମଓ ରାଜଶ୍ରୀ ପଟନାୟକ କହିଛନ୍ତି ।
ଡାକ୍ତରୀଦଳ ଓ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ତରୀ କତାର ସହ ଚିକିତ୍ସା କରିଥିବା ଯୋଗୁଁ ସେ କମ ଦିନରେ ସୁସ୍ଥ ହୋଇପାରିଥିବ । ରୁ ସିଡ଼ିଏ ମଓ ଡା .ପଟନାୟକଙ୍କ ସମେତ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଓ ସ୍ଵାସ୍ୟୁ କର୍ମୀମାନଙ୍କୁ ଧନ୍ୟବାଦ ଦେଇଥିଲେ।
ସେହିପରି ଏବିଭିପି କର୍ମୀମାନେ ପ୍ରତିଦିନ ଡାକ୍ତରଖାନା ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସତର୍କ ନଜର ରଖିଥିଲେ,।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































