ନରସିଂହପୁର ରେ ଗାଡି ଧକ୍କାରେ ୮ ଗୋରୁ ମୃତ,୭ ଗୁରୁତର
କାନପୁର( ଉଲାପ୍ର).କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କନ୍ଧବେରିଣୀ ଛକ ଠାରେ ଅଜଣା ଗାଡି ଧକ୍କାରେ 8 ଗୋରୁ ମୃତ ହୋଇଥିବା ବେଳେ7 ଗୋରୁ ଗୁରୁତର।ଧକ୍କା ଦେବା ପରେ ଗାଡିଟି ଘଟଣା ସ୍ଥଳରୁ ପଳାଇଛି।ଗୋରୁ ଗୁଡିକ ଗୋଠରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି।ଗୋରୁ ଜଗୁଆଳି କହିବା ଅନୁଯାୟୀ ସବୁଦିନ ପରି ଆଜି ଗୋରୁ ଚାରିବାକୁ ଗାଁ ପାଖରେ ଥିବା ପାହାଡ଼ କୁ ଯାଇଥିଲେ।ଫେରିବା ସମୟରେ ଗୋରୁ ଗୁଡିକ କଟକ ନରସିଂହପୁର ରାଜ୍ୟ ରାଜପଥ SH ନଂ 65 କୁ ପାର ହେଉଥିବା ସମୟରେ ଏକ ପିକ ଅପ ଭ୍ୟାନ ଦୃତ ଗତିରେ ଆସି ଗୋରୁ ଗୁଡିକୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ 8 ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ 7 ଟି ଗୋରୁ ଗୁରୁତର ଅଛନ୍ତି।ରାସ୍ତା ଉପରେ ମୃତ ଗାଈ ଗୁଡିକ ପଡି ରହିଛନ୍ତି।ସବୁଠାରୁ ବଡ ଦୁଃଖର କଥା ହେଉଛି ମୃତ 8 ଟି ଗାଈ ମଧ୍ୟରୁ ବଳଭଦ୍ର ବେହେରା ଙ୍କର 4 ଗୋଟି ଗାଈ ଥିଲେ।ଗ୍ରାମବାସୀ କଟକ ନରସିଂହପୁର ମୁଖ୍ୟ ରାସ୍ତା କୁ କନ୍ଧବେରିଣୀ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି।ଘଟଣା ସ୍ଥଳରେ କାନପୁର ପୋଲିସ ଓ ନରସିଂହପୁର ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































