ବାଲିଗୁଡା: ମୋଦୀଙ୍କ ସପ୍ତମ ବର୍ଷ ଉପଲକ୍ଷେ ସ୍ୱଚ୍ଛ ଭାରତ ସହ ବ୍ୟାପକ ଜନ ହିତକର କାର୍ଯ୍ୟକ୍ରମ
ବାଲିଗୁଡା,୩୦/୫.(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଏନଏସି ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୃତ୍ତି ଅବସରରେ ବାଲିଗୁଡା ବିଜେପି ତରଫରୁ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ ଏବଂ ମାକ୍ସ ସାନିଟାଇଜର ବଣ୍ଟନ କରାଯିବା ସହିତ ବାଲିଗୁଡାର ବିଭିନ୍ନ ୱାର୍ଡରେ କରୋନା ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ମନୋଜ କୁମାର ରଥ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ରମାନନ୍ଦ ଘଡେଇଙ୍କ ସମେତ ସୁରେନ୍ଦ୍ର ପାତ୍ର, ଜଗମୋହନ ପଣ୍ଡା, ଅରବିନ୍ଦ ଡିଗାଲ ଏବଂ ନାରୀ ନେତ୍ରୀ ରୁଫିନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ପରେ ପରେ ନଗର ବିଜେପି ତରଫରୁ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା l ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ , ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, କାଉନସିଲର ଶ୍ରୀମତୀ ଝରଣା ଭଉଣୀ,ନଗର ସଭାପତି ଦିବାକର ସାହୁ,ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ପାତ୍ର ଓ ଆଦିକନ୍ଦ ପଟ୍ଟନାୟକ,ଅଭୟ ପାତ୍ର,ଲଳିତ ପାତ୍ର,ଦେବେନ୍ଦ୍ର କୁଦେଇ ଓ ଯୁବମୋର୍ଚ୍ଚା ର ବହୁ ସଦସ୍ୟ ଓ ବିଭିନ୍ନ ୱାର୍ଡ ରୁ ଆସିଥିବା ମହିଳା ମାନେ ମଧ୍ୟ ସାମିଲ ଥିଲେ l
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































