ନାବାଳିକା ଅପହରଣ ଅଭିଯୋଗ, ଥାନାରେ ଏତଲା
ଫୁଲବାଣୀ- (ସୁନୀଲ ପଟନାୟକ)
ନାବାଳିକା ଛାତ୍ରୀ ଅପହରଣ । ସୋମବାର ସକାଳୁ ସକାଳୁ ଏକ ବୋଲେରୋ ଗାଡିରେ ଆସି କିଛି ଦୁବୃର୍ତ୍ତ ଫୁଲ ବାଣୀ ସହରର ଶଗଡିଆ ସାହୀ ଅଞ୍ଚଳରେ ରହୁଥିବା ଏକ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ନାବାଳିକା ଛାତ୍ରୀଙ୍କୁ ଘରୁ ଯୋର ଜବରଦସ୍ତ ଉଠାଇ ନେଇ ବୋଲେରୋରେ ଅପହରଣ କରିନେଇଥିବା ନେଇ ନାବାଳିକାର ପିତା ଥାନାରେ ଏତେଲା ଦେଇଛନ୍ତି।
ତେବେ କିଏ କାହିଁକି ଓ କଣ ପାଇଁ ନାବାଳିକାଙ୍କୁ ଅପହରଣ କଲା ଜଣା ପଡିନି ।
ସୂଚନା ଯୋଗ୍ୟ ଯେ, ସୋମବାର ସକାଳୁ ନାବାଳିକାରପିତା ଓ ଭାଇ ବଜାରରେ ଥିବା ଦୋକାନ ଆଡକୁ ଆସିଥିଲାବେଳେ ଘରେ ମା ଓ ଝିଅ କୁଆଡ଼େ ଥିଲେ।
ବୋଲେରୋ ଧରି ଘର ନିକଟରେ ପୂର୍ବରୁ ଛକି ବସିଥିବା ଦୁର୍ବୁର୍ତ୍ତ ମାନେ ଏହି ସୁଯୋଗରେ ଘରେ ପଶି ନବମରେ ପଢ଼ୁଥିବା ନାବାଳିକାକୁ ଅପହରଣ କରି ନେଇଥିଲେ।
ଏବିଷୟରେ ସାହି ପଡ଼ିଶା ଲୋକ ମଧ୍ୟ କୌଣସି ସୁରାକ ପାଇ ନଥିଲେ। ବୋଲେ ରୋ ଟି କୁ ଆଡେ ଭୁବନେଶ୍ଵର ର ବୋଲି କହୁଥିବାବେଳେ ନମ୍ବର ଜଣାପଡି ନି ।
ଖବର ପାଇ ନାବାଳିକା ର ପିତା ଓ ଭାଇ ବହୁତ ଖୋଜାଖୋଜି କଲେ ହେଲେ ପାଇନ ଥିଲେ। ଫଳରେ ନାବାଳିକା ପିତା ଏନେଇ ଟାଉନଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବାପରେ ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । ତେବେ ଅପହର୍ତ୍ତ। କିମ୍ବା ନାବାଳିକାର କୌଣସି ସୁରାକ ମିଳିନଥିବା ଜଣାପଡିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































