ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ ହେବେ କେବେ ? ଏତେଲା ର ୫ ଦିନ ପରେ ପୁଲିସର ହାତ ଖାଲି
ଫୁଲ ବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଫୁଲବାଣୀଠାରେ ଜଣେ ୱେବ ପ୍ରତିନିଧିଙ୍କୁ ଟାଉନପୋଲିସ ଏସ ଆଇ ପ୍ରଥମେ ଗାଳିଗୁଳ ଜକରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ ପରେ ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅର୍ଭିଯୁକ୍ତମାନଙ୍କୁ ଘଟଣାର ସପ୍ତାହକ ପରେ ମଧ୍ୟ ଗିରଫ ନ କରି ତଦନ୍ତ ନାମରେ ଦିନ ଗଡାଇ ଚାଲିଥିବାବେଳେ ଚକାପାଦ ଠାରେ ମଧ୍ୟ ଜଣେ ବ୍ଲକ ୱେବ ପ୍ରତିନିଧି ଦୀପକ ହଂସ ଖବର ପ୍ରକାଶ କରିବାପରେ ଉତ୍ୟକ୍ତ ହୋଇ ଜଣେ ଶିକ୍ଷକ ଙ୍କ ନିର୍ଦ୍ଦେଶରେତାଙ୍କ ସହଯୋଗୀମାନେ ରାତିରେସାମ୍ବାଦିକଙ୍କ ଘରେ ପଶି ତାଙ୍କୁ ତାଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ଗାଳିଗୁଳ ଜ କରିଥିଲେ। ଏନେଇ ଚକାପାଦ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ନାମରେ ଦିନ ଗଡ଼ାଉଥିବା ନେଇ ୱେବ ସଂଘ ଅଭିଯୋଗ କରିଛି ।
ରବିବାର ଜିଉ ଦ ୟଗିରି ପୋଲିସ ଏସଡିପିଓ ଚକାପାଦ ଯାଇ ଘଟଣାର ତଦନ୍ତ କରିଛନ୍ତି ।
ସେହିପରି କନୁଆଗାଁପୋଲିସ ଏସ ଆଇ ଜଣଙ୍କ ରବିବାର ଚେକିଙ୍ଗ ନାମରେ ଜଣେ ୱେବ ସାମ୍ବାଦିକ ସମ୍ବାଦ ସଂଗ୍ରହ ପାଇଁ ବାଇକ ଯୋଗେ ଯାଉଥିବାବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଟକାଇ କୁ ଆଡେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ବାଇକ ସହ ତାଙ୍କର ଫୋଟ ଉଠାଇଥିଲେ। ଫଳରେ ୱେବ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ରୋଷ ପ୍ରକାଶ ପାଇଛି । ପୋଲିସ ବାବୁଜଣକ
କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଓ କାହା ପ୍ରରୋଚନାରେ ତାଙ୍କୁ ଅପରାଧି ସଜାଇ ଫଟୋ ଉଠାଇଲେ ଓ ଏହି ଅଧିକାର ତାଙ୍କୁ କିଏ ହେଲା ବୋଲି ପ୍ରଶ୍ନ ଉଠିଛି ।
ସଂପୃକ୍ତ ପୋଲିସ ବାବୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ବିଭିନ୍ନ ଗଣମାଧମ ସଂଗଠନ ଓ ବୁର୍ଦ୍ଧିଜିବୀ ପକ୍ଷରୁ ଦାବୀ ହେଉଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































