କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି. ।
ମୃତ ବ୍ୟକ୍ତି ଜଣକ ଫିରିିଙ୍ଗିଆ ବ୍ଲକ ବନ୍ଧଗଡ ପଂଚାୟତ ମନୁଆବାଡି ଗାଁ ର ଲଷ୍ମୀଧର
କ ହଁ ର ବୋଲି ଜଣା ପଡିଛି ।
ସୂଚନା ଯୋଗ୍ୟ ଯେ ମୃତ ବ୍ୟକ୍ତି ଜଣକ ଙ୍କ ଏକ ନବଜାତ ଶିଶୁ ଜନ୍ମ ହେବାରୁ ସେ ଚିକତ୍ସା ପାଇଁ ତାଙ୍କ ସ୍ତ୍ରୀ ଓ ନବଜାତ ଶିଶୁ କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଛନ୍ତି. ।ଆଜି ସକାଳୁ ଚିକିତ୍ସା ପାଇଁ କିଛି ଅର୍ଥ ଦରକାର ପଡିବାରୁ ଲକ ଡାଉନ ସମୟରେ ଗାଡି ଚଳାଚଳବନ୍ଦ ରହିଥିବାରୁ ସେ ଫୁଲବାଣୀ ରୁ ଏକ ସାଇକେଲ ରେ ନିଜ ଗାଁ ମନୁଆବଡି କୁ ଆସୁଥିଲେ. ତେବେ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ସରୁକୋଇ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ୱାଗନାର କାର ପଛପଟୁ ତାଙ୍କୁ ଧକା ଦେଇଥିଲା
ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିବା ବେଳେ ଦୁର୍ଘଟଣା ଘଟାଇ ଥିବା କାର ଚାଳକ ରାସ୍ତା ଉପରେ ଗାଡି ଛାଡି ଫେରାର ହୋଇଯାଇଛି। ଖବର ପାଇଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି କାର କୁ ଜବତ କରିବା ସହ ତଦନ୍ତ କରୁଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































