କାଳ ବିଶାଖିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ତହସିଲଦାର
ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରଖଜୁରିପଡ଼ା ବ୍ଳକର ଦଳପଡ଼ା ଗ୍ରାମରେ କାଳବୈଶାଖୀ ଲ କ୍ଷତିଗ୍ରସ୍ତ ଗରୀବ ପରିବାରଙ୍କୁ ଭେଟିଲେ ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନା ଏକ । ଏନେଇ ଖବର ପାଇବା ମାତ୍ରକେ ତହସିଲଦାର ଶ୍ରୀମତି ନା ଏକ ବର୍ଷା ଛାଡିବା ପରେ ରାତିରେ ଦଳପଡ଼ା ଗ୍ରାମକୁ ଯାଇ କ୍ଷତି ଗ୍ରସ୍ତ ପରିବାର ଙ୍କ ଘରକୁ ଘର ଯାଇ ସୁବିଧା ଅସୁବିଧା କଥା ବୁଝିଥିଲେ।କ୍ଷୟକ୍ଷତି ସଂପର୍କରେ ତୁରନ୍ତ ଆକଳନ କରି ରିପୋର୍ଟ ଦେବା ଲାଗି ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଫଳରେ ଗରୀବ ଅସହାୟ କ୍ଷତିଗ୍ରସ୍ତ ଲୋକମାନଙ୍କ ମନରେ ପ୍ରଶାସନ ପ୍ରତି ବିଶ୍ୱାସ ବଢିବାରେ ଲାଗିଛି ।
କରୋନା ମହାମାରି ପାଇଁ ଲକ ଡ଼ାଉନ ଚାଲି ଥିବା ବେଳେ ଲୋକେ ଏହି ଖବର ଜଣାଇବାଲାଗି ଆସିବା କଷ୍ଟସାଧ୍ୟ । ଏଣୁ ରାତି ହେଲେ ବି ଭୟ ନ କରି ଉତ୍ସର୍ଗୀକୃତ ମନୋଭାବ ରଖି ମହିଳା ତହସିଲଦାର ଗ୍ରାମରେ ପହଞ୍ଚି ଲୋକଙ୍କ ଘରଦ୍ଵାରରେ ପହଞ୍ଚି ସେମାନଙ୍କ ସରକାରୀ ସହାୟତା ଯେପରି ଶିଘ୍ର ମିଳିବ ସେନେଇ ପ୍ରତିଶୃତି ଦେଇଥିଲେ।
ସେହିପରି ବ୍ଲ୍କ୍କର ପ୍ରତି ପଞ୍ଚାୟତର ଗ୍ରାମକୁ ଯାଇ ଲୋକଙ୍କୁ ଜମି ପଟ୍ଟା ଯୋଗାଇଦେବା ସହ ସମସ୍ତ ରାଜସ୍ଵ ସେବା ଯୋଗାଇ ଦେଉଥିବାରୁ ଲୋକେ ହାତ ପାଆନ୍ତ । ରେ ତହସିଲଦାରଙ୍କୁ ପାଇବେଶ ଖୁସି ବ୍ୟକ୍ତ କରିଛନ୍ତି ।
ତହସିଲଦାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଅଞ୍ଚଳର ଗରିବ କ୍ଷତିଗ୍ରସ୍ତ ଲୋକେ ଶିଘ୍ର ନ୍ୟାୟପାଇପାରୁଥିବାରୁ ଗ୍ରାମବାସୀ ଓ ବୁଦ୍ଧିଜିବୀଙ୍କ ‘ପକ୍ଷରୁ ବେଶ ପ୍ରସ ସାଂ ସାଉଁଟିଛନ୍ତି ମହିଳା ତହସିଲଦାର ସ୍ଵପ୍ନି ତା।
ଆଗକୁ ମଧ୍ୟ ଲୋକକୁ ଏଭଳି ସେବା ଯୋଗାଇଦେବା ଲାଗି ପ୍ରୟାସ ଜାରି ରଖିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସ୍ୱପ୍ନିତା
ନା ଏକ।
ସ୍ଵପ୍ନିତ ।ଙ୍କ ପରି ଅନ୍ୟ ତହସିଲଦାର ମାନେ ଉତ୍ସର୍ଗୀକୃତ ମନୋଦ୍ଭାବ ନେଇ କାର୍ଯ୍ୟ କରିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































