ବିଶ୍ଵ ପରିବେଶ ଦିବସ ଅବସରରେ ଫୁଲବାଣି ଜଙ୍ଗଲ ବିଭାଗ ପକ୍ଷରୁ ସଚେତନତା
.
ଫୁଲବାଣୀ- (ସୁନୀଲ ପଟନାୟକ)
ଆଜି ବିଶ୍ଵ ପରିବେଶ ଦିବସ । ଏହି ଅବସରରେ ଫୁଲବାଣୀ ଜଙ୍ଗଲ ବିଭାଗ ରେ ଜଂ ଅନ୍ତର୍ଗତ ବଇଡ଼ା ଗ୍ରାମଠାରେ ଏକ ସଚେତନତା ସଦ୍ଭା ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ ଏସିଏଫ ବିକେପଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଫୁଲବାଣୀ ରେ ଜଂର ସଚ୍ଚିଦାନନ୍ଦ ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ।
ଏଥିସହ ସମସ୍ତେ ଗଛ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ବନସୁରକ୍ଷା ସମିତି ସଦସ୍ୟ, ଜଙ୍ଗଲ ବିଭାଗ ଫରେଷ୍ଟର ଓ ବନରକ୍ଷୀରପସ୍ଥିତ ଥିଲେ।
। କୋଭିଡ଼ ଗାଇଡ଼ଲାଇନ ପାଳନ କରି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































