୧୮ରୁ ୪୪ ବର୍ଷ ଯୁବକଙ୍କୁ ଟିକାକରଣ ଆରମ୍ଭ
ଫୁଲ ବାଣୀ- (ସୁନୀଲ ପଟନାୟକ)
ଆଜି ଫୁଲ ବାଣୀ ସହର ରେ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀମାନଙ୍କୁ କରେ। ନାର ପ୍ରଥମ ପ୍ରର୍ଯ୍ୟାୟ ଟିକା ଦାନ ଆରମ୍ଭ ହୋଇଛି
କେନ୍ଦ୍ର ସରକାରଙ୍କ ତରଫରୁ ଏହା ସମସ୍ତଙ୍କୁ ମାଗଣାରେ ଉପଲବ୍ଧ କରାଯାଉଛି । ଫୁଲବାଣୀ ସହରର ସରକାରୀ ଡାକ୍ତରଖାନା ପରିସର, ବିଜୁ କଲ୍ୟାଣ ମଣ୍ଡପ ଓ ଵିପିଆଇଟି କଲେଜ ପରିସରର ଏପରି ୩ଟି ସ୍ଥାନରେ ଟିକା କରଣ କରାଯାଇଥିଲା।
ଏହି ଟିକା କରଣ ସମୟରେ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟରେ ରଖି ଆଜି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଜଗନ୍ନାଥ ସାହୁଙ୍କ ଆଗ୍ରହ କ୍ରମେ ଉପ ସଭାପତି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ)ଙ୍କ ନେତୃତ୍ୱରେ ସମସ୍ତ ତିନୋଟି ଯାକ କେନ୍ଦ୍ରରେ ମାଗଣାରେ ସମସ୍ତ ଟିକା ନେଉଥିବା ଲୋକଙ୍କୁ ବିସ୍କୁଟ ଓ ପାଣି ବଣ୍ଟନ କରାଯାଇଥିଲ। । ଏହି ସାମାଜିକ କାର୍ଯ୍ୟରେ, ବନ ମହାନ୍ତିଙ୍କ ସହିତ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଲିଙ୍ଗରାଜ ଦଳଵେହେରା, ଜିଲୁ ସାହୁ, ମୁକ୍ତିକାନ୍ତ ମହାନ୍ତି, ସନ୍ତୋଷ ସ୍ଵାଇଁ, ଯୁବମୋର୍ଚ୍ଚାର ବିଶ୍ଵ ରଂଜନ ଦାସ, ଟିକୁ ସାହୁ ଓ ଅମୀୟ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରବଳ ଖରାରେ ଦୀର୍ଘସମୟ ଧରି ଅପେକ୍ଷା କରି ଭୋକ ଓ ଶେ।ଷରେ ଥକି ପଡିଥିବା ଲୋକେ ଖୁବ୍ ଖୁସି ବ୍ୟକ୍ତ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































