ପୋଲିସ ଓ ମାଜିଷ୍ଟ୍ରେଟ ଚେକିଙ୍ଗ ସତ୍ତ୍ଵେ ସହରଠୁ ଗାଁ ସବୁଠି ସାବିତ୍ରୀ ଭିଡ, ସଂକ୍ରମଣ ବୃଦ୍ଧି ଆଶଙ୍କା
ଫୁଲବାଣୀ- (ସୁନୀଲ ପଟନାୟକ) ଓଡିଆଣୀମାନଙ୍କ ଓଷା ମଧ୍ୟରୁ ସାବିତ୍ରୀ ବ୍ରତର ମାହାତ୍ମ୍ୟ ସଂପୁର୍ଣ୍ଣ ଭିନ୍ନ। ଏହି ଦିନ ଓଡ଼ିଆ ଘରର ବୋହୁ ମାନେ ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ଅତି ନିଷ୍ଠାର ସହ ବ୍ରତ ରଖିଥାନ୍ତି। ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରେ । ନାର ଦ୍ୱିତୀୟ ଲହରକୁ ବ୍ରେକ୍ ଦେବାପାଇଁ ସରକାର ଲକ ଡ଼ାଉନ ଜାରୀ କରିଛନ୍ତି । ଫଳରେ ଦୋକାନବଜାର ସକାଳ ୭ରୁ ପୂର୍ବାହ୍ନ୧୧ଟା ଯାଏ ଖୋଲିବା ଲାଗି ସରକାର ଅନୁମତି ଦେଇଛନ୍ତି । କାଲି ସାବିତ୍ରୀ ବ୍ରତ ଥିବାରୁ ବୁଧବାର ବଜାରରେ ଲୋକଙ୍କପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସହରଠୁ ଗ୍ରାମ ।ଞ୍ଚଳ ଯାଏ ସବୁଠି ଭିଡ଼ । ଲୋକେ ଚୁଡି . ବିଭିନ୍ନ ଫଳ ନେବାପାଇଁ.ବ୍ୟଗ୍ର । ସମସ୍ତେ ଧସେଇପଶି ଶିଘ୍ର ଶିଘ୍ର ଜିନିଷ ନେବାକୁ ତରବର । ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି ଏମାନେ ।
ସେହିପରି ସାହି ବସ୍ତିରେ ଲୁଗା ଦୋକାନଗୁଡିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ପୋଲିସ ଓ ପ୍ରଶାସନର ନଜରବଜାର ଉପରେ। ସେହିପରି ବଡ଼ ଲୁଗା ବେପାରୀମାନେ ମଧ୍ୟ ଆଗରେ ତାଲା ପଛର ଖୋଲା କରି ଚଢ଼ା ଦରରେ ଲୁଗା ବିକ୍ରିକରି ଚାଲିଛନ୍ତି । ଫଳ କଥା ନ କହିବା ଭଲ।ଆମ୍ବ କେଜି ୫୦ ଟଙ୍କା, କଦଳୀ ଡଜନ୬୦ଟଙ୍କା, ଆପଲ କଲେ।୩୦୦ଟଙ୍କା , ଡାଳିମ୍ଵକିଲେ। ୨ଶହ , ଅଙ୍ଗୁର ୧୫୦ ଟଙ୍କା, ପଣସଗୋଟା ୨ ଶହ,ତାଳ ୧୦ଟଙ୍କା,କାକୁଡି ଗୋଟା୨୦, ଟଙ୍କାରେ ବିକ୍ରି ହେଉଛି । ଲକ ଡ଼ାଉନଯୋଗୁ ସବୁ ମହଙ୍ଗା । ଗାଡି ମଟର ବନ୍ଦ । ଦର ଆକାଶଛୁଆଁ। ପୋଲିସ ଓପ୍ରଶାସନକୁ ଛୋଟ ଦୋକାନୀ ଭୟ କରୁଥିବାବେଳେ ବଡ଼ ବ୍ୟବସାୟୀମାନେସିସି ଟିଭି ଉପରେ ନଜର ରଖିବାସାଙ୍ଗକୁ ଗୁପ୍ତଚର ନିଯୁକ୍ତି ଦେଇ ପ୍ରଶାସନ ଓ ପୋଲିସକୁ ବୋକା ବନାଇ ଭଲ ବ୍ୟବସାୟ କରୁଛନ୍ତି ।
ଏପଟେ ପୋଲିସ ଓ ତହସିଲଦାର କଡ଼ା ଚେକଙ୍ଗ ମଧ୍ୟ କରି ଆମାନିଆ ଲୋକ ଓ ସାମାଜିକ ଦୂରତା ମାନୁନଥିବା ବ୍ୟବସାୟିଙ୍କ ଠୁ ଫାଇନ କାଟୁଛନ୍ତି । ଫୁଲ ବାଣୀ ସହର ସମେତଜିଉ ଦୟଗିରି ଓ ଦ।ରିଙ୍ଗବାଡି ବାଲିଗୁଡ଼ା, ଖଜୁରୀପଡ଼ାଠାରେ
ପୋଲିସ ଓପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନ । ଅଦାୟ କରାଯାଇଛି ।
ସେହିପରି ଆଗକୁ ରଜ ପର୍ବ ମଧ୍ୟ ଆସୁଛି । ଲୋକଙ୍କ ପୁଣି ଭିଡ଼ ହୋଇପାରେ ।
ଏହାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ନଜର ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜିଲ୍ଲାରେ କମି ଆସୁଥିବା କରେ ନା ସଂକ୍ରମିତ ଙ୍କ ସଂଖ୍ୟା ପୁଣି ବଢିବ ଓ
ଏତେ ଦିନ ର ଲକ ଡାଉନ ବ୍ୟର୍ଥ ହୋଇଯିବ।
ଜିଲ୍ଲାପାଳ ଓ ଏସପି ଏଥିପ୍ରତି ଦୃଷ୍ଟିଦେବାକୁ ବୁଦ୍ଧିଜିବୀ ଦାବୀ କରିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































