ତୈଳଦର ବୃଦ୍ଧି ପ୍ରତିବାଦରେ ଆଠଗଡ କଂଗ୍ରେସ ଦଳ ତରଫରୁ ତେଲଟାଙ୍କି ଆଗରେ ବିକ୍ଷୋଭ
ଆଠଗଡ(ଉଲାପ୍ର)କେନ୍ଦ୍ର ସରକାର ବାରମ୍ବାର ତୈଳଦର ବୃଦ୍ଧି କରିବା ପରେ ଏବେ ତୈଳଦର ଶହେ ଟଙ୍କାରେ ପହଁଚିଲାଣି, ଯାହାକି ସାଧାରଣ ଲୋକଙ୍କୁ ବହୁ ବାଧିଛି, ତୈଳଦର ବୃଦ୍ଧିର ପ୍ରତିବାଦ କରି ଆଠଗଡ ଯୁବ କଂଗ୍ରେସ ଦଳ ତରଫରୁ ସ୍ତାନୀୟ ରାଧାଗୋବିନ୍ଦପୁର ତେଲଟାଙ୍କି ଆଗରେ କଂଗ୍ରେସ କର୍ମୀମାନେ ଚାରିଘଣ୍ଟା ଧରି ବିକ୍ଷୋଭ ଲଟିଥିଲେ,ଆଠଗଡ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସୁଦର୍ଶନ ସାହୁ,ମନାନ ଅହମଦ ଖାଁ, ବାବୁଲି ପ୍ରଧାନ ପ୍ରମୁଖ ନେତାମାନେ ତେଲଟାଙ୍କି ଆଗରେ ବସିରହି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ରସରକାର ଙ୍କ ବିରୁଦ୍ଧରେ ନାରବାଜି ଦେଇଥିଲେ,କୋଭିଡ ନିୟମ ମାନି ଶାନ୍ତି ଶୃଙ୍ଖଳା ମଧ୍ୟରେ ବିକ୍ଷୋଭ ପ୍ରଦର୍ଦନ କରା ଯାଇଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































