ଲକଡ଼ାଉନ ସମୟରେ ଚମ୍ପେୟତ ଆଦିବାସୀ ଙ୍କୁ ଜୀବିକା ଯୋଗାଇଛି
ଫୁଲ ବାଣୀ-( ସୁନୀଲ ପଟନାୟକ)
ଏବେ ଆମ୍ବ ସିଜନ । ଏବର୍ଷ କନ୍ଧମାଳ ଜିଲ୍ଲା ରେ ଆମ୍ବ ମଧ୍ୟ ଭଲ ଆସିଛି । ରାସ୍ତାକଡ ଆମ୍ବଗଛ ଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଆମ୍ବଗଛଗୁଡିକରେ ଭରପୁର ଆମ୍ବ ଆସିଛି ।
ଫଳରେ ଆଦିବାସୀ ମହିଳାମାନେ ନିଜେ ଆମ୍ବ ଖାଇବା ସହ କଞ୍ଚା ଆମ୍ବ ରେ ଆମ୍ବୁଲ ଓ ପାଚିଲା ଆମ୍ବ ବଜାରରେ ବିକ୍ରି କରିବା ସହ ଅଧିକ ସଂଖ୍ୟକ ଆମ୍ବ ଆସିଥିବାରୁ ଚମ୍ପେୟତପ୍ରସ୍ତୁତ କରିଥାନ୍ତି। ଚମ୍ପେୟତ କିଲେ। ବଜାରରେ ୮୦ରୁ ୧୦୦ ଟଙ୍କା ରହିଛି ।
ଚ6ମ୍ପୟତ ବିକ୍ରିକରି ଭଲ ଦି ପଇସା ରୋଜଗ।ର କରିଛନ୍ତି ଏବର୍ଷ । ଗତବର୍ଷ କିଛି ଆମ୍ବ ଆସି ନଥିଲା। ହେଲେ ଏଥର ଲକ ଡ଼ାଉନସ।ଙ୍ଗକୁ ଭଲ ଆମ୍ବ ଆସିଥିବାରୁ ଆଦିବାସୀ ମହିଳାମାନେ ପାଚିଲା ଆମ୍ବକୁ ସଂଗ୍ରହ କରିବା ପରେ ତାକୁ ଭଲଭାବେ ଧୋଇବା ପରେ ତାର ଉପର ଚୋପାକୁ ଚାଞ୍ଚିବାପରେ ଆମ୍ବକୁ କାଟି ତାକୁ କମଖରାରେ ଲମ୍ବା ତାରରେ ବାନ୍ଧି ଧାଡି ଧାଡି କରି ଶୁଖାଇଥାନ୍ତି। ୩ ରୁ ୪ ଦିନ ପରେ ଏହା ଶୁଖିଯାଏ । ଶୁଖିଯିବା ପରେ ବଜାରକୁ ଆଣି ବିକ୍ରି କରିଥାନ୍ତି। ଆଉ ଗ୍ରାହକମାନେ ମଧ୍ୟ ଏହାକୁ ଖୁସିରେ କିଣିନେଇଥାନ୍ତି ।
ଏହି ଚମ୍ପେୟତକୁ ଲୋକେ ତେଲ,ଗୁଡ଼,ଲୁଣ ହଳଦୀଗୁଣ୍ଡ, ରାଗ ପାଇଁ ମରିଚ ଗୁଣ୍ଡ, ପାନ ମହୁରୀଗୁଣ୍ଡ, ଭୁରୁସଙ୍ଗା ପତ୍ର ଇଚ୍ଛା ଅନୁଯାୟୀ ର୍ହିଙ୍ଗୁ, ପକାଇ ତାକୁ ଆଚାର କରି ବର୍ଷ ବର୍ଷ ସାଇତି ରଖି ଖାଇଥାନ୍ତି ।ଓ ଏହା ଖାଇବାକୁ ମଧ୍ୟ ବେଶ ସୁଆଦିଆ ।
ସେହିପରି କେହି କେହି ଅନ୍ୟ ସମୟରେ ଏହାକୁ ଖଟା ବି କରି ଖାଇଥାନ୍ତି ।
ଏଣୁ ଚମ୍ପେଇ ତର ଚାହିଦା ବେଶି ।
ସେହିପରି ପାଚିଲା ଆମ୍ବ ରସକୁ ବାହାର କରି ତାକୁ ପରସ୍ତ ପରସ୍ତ କରି ରସପକାଇ ଟାଣ ଖର।ରେ ଶୁଖାର ଆମ୍ବ ସଢା ମଧ୍ୟ ପ୍ରସ୍ତୁତ କରିଥାନ୍ତି ।
ଆମ୍ବସଢ଼ା ମଧ୍ୟ ବେଶ ସୂଆ ଦିଆ ଓ ଏହାର ମଧ୍ୟ ଚାହିଦା ରହିଛି। ତେବେ ଏହା ପ୍ରସ୍ତୁତ କରିବା କଷ୍ଟ ହୋଇଥାଏ । ମେଘ ପାଗକିମ୍ବା ବର୍ଷା ହେଲେ ଏହା ନଷ୍ଟ ହୋଇଯାଏ । ଲଗାତ।ର ୮/୧୦ ଯାଏ ଟାଣ ଖରା ଦରକାର ହୋଇଥାଏ ଆମ୍ବସଢ଼ାଲାଗି ।
ଫଳରେ ଏବର୍ଷ କନ୍ଧମାଳର ଆଦିବାସୀ ମହିଳାମାନେ ଲକଡାଉନ ସମୟରେ ଆମ୍ବୁଲ ଓ ଚ6ମ୍ପୟତପ୍ରସ୍ତୁତ କରି ଭଲ ରୋଜଗାର କରିଥିବା କହିଛନ୍ତି ।
ଲକ୍ ଡ଼ାଉନ ରେ ଚ6ମ୍ପୟତ କନ୍ଧମାଳର ଆଦିବାସୀ ମହିଳା ମାନଙ୍କୁ ରୋଜଗାର ଯୋଗ । ଇଛି କହିଲେ ଭୂଲ ହେବ ନି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































