ଖବରର ପଛେପଛେ ଉଦୟ ଲାବଣ୍ୟ, ନ୍ୟାୟ ମିଳିଲା କାଁହୁ ଓ ଉଲ ସାମଲଙ୍କୁ, ପାଇଲେ ବାର୍ଦ୍ଧକ୍ୟ ଭତ୍ତା
ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ୱେବ ଚାନେଲ ପାଇଁ ଆଜି ଖୁସିର ଦିନଟିଏ, ଦୀର୍ଘ ଚାରିମାସ କସରତ କରିବା ପରେ ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ର ବଳିପୁର ଗ୍ରାମର କାଁହୁ ସାମଲ ଓ ଉଲ ସାମଲକୁ ଆମେ ନ୍ୟାୟ ପ୍ରଦାନ କରିପାରିଛୁ,ଉଭୟଙ୍କର ବୟସ ପାଖାପାଖି ୬୫ ଓ ୬୨,ଉଭୟଙ୍କର ବୟସ ହୋଇଥିଲେ ମଧ୍ୟ ଦୁହେଁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିଲେ, ତା ପୁଣି ରାଜନୈତିକ କାରଣ ଯୋଗୁ,ଏହି ମଉସା ,ମାଉସୀ ଦୁହେଁ କଟକ ଜିଲାପାଳ ଙ୍କୁ ଦେଖା କରିବା ପରେ ଜିଲାପାଳ ଏହି ଦୁଇଜଣଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଆଠଗଡ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ,ହେଲେ କାଁହୁ ଓ ଉଲ ଦୁଇଜଣ ଆଠଗଡ ବ୍ଲକ ଦୌଡ଼ି ଦୌଡ଼ି ନିରାଶ ହେବାପରେ ବ୍ଲକ ର କୌଣସି କର୍ମଚାରୀ ସହାୟତାର ହାତ ବଢ଼ାଇ ନଥିଲେ,କିମ୍ବା ଜିଲାପାଳ ଙ୍କ କାଗଜ ପହଁଚି ପାରିନଥିଲା ଆଠଗଡ ବ୍ଲକ କାର୍ଯ୍ୟଳୟ ରେ,ଶେଷରେ ଉଭୟ ସ୍ୱାମୀ ସ୍ତ୍ରୀ ନିରାଶ ହୋଇ ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ବହୁ ସମୟ ଧରି ଅପେକ୍ଷା କରି ରହିବା ପରେ ନଜର ପଡିଥିଲା ଉଦୟ ଲାବଣ୍ୟ ସମ୍ପାଦକଙ୍କ ଉପରେ,ମଉସା ଜଣକ ଆମ ନିକଟକୁ ଆସି କିଛି କହିବାକୁ ଚାହିଁବା ପରେ ଆମେ ଭାବିଥିଲୁ କିଛି ଅର୍ଥ ବୋଧେ ଚାହୁଁଛନ୍ତି ଆମ ଠାରୁ ନେବାକୁ,ହେଲେ ସେ ଗୋଟିଏ କାଗଜ ବଢ଼ାଇ ଦେଇ କହିଲେ ମତେ ଟିକେ ସହଯୋଗ କରିବେ,ଆମେ ପଚାରିଲୁ କଣ,ସେ କହିଲେ ତିନିମାସ ହେଲା ଜିଲାପାଳଙ୍କ କାଗଜ ଧରି ଭତ୍ତା ପାଇବା ପାଇଁ ବୁଲୁଛି,ହେଲେ ମୋତେ ବ୍ଲକ ରେ କେହି ସହଯୋଗ କରୁନାହାନ୍ତି,ଆମେ ସଙ୍ଗେସଙ୍ଗେ ଉପଜିଲ୍ଲାପାଳ ଙ୍କ ଅଫିସରୁ ଉଦୟ ଲାବଣ୍ୟ ଚାନେଲ ରେ ଘଟଣା ଟିକୁ live ଯୋଗେ ପ୍ରସାରଣ କରିବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା,ସେହି ମଉସା,ମାଉସୀଙ୍କୁ ନେଇ ବ୍ଲକ ରେ ଜିଲାପାଳଙ୍କ କାଗଜକୁ ମଧ୍ୟ ପ୍ରଦାନ କରାଗଲା,ହେଲେ ଏତିକିରେ ସମସ୍ୟାର ଅନ୍ତ ହେଲା ନାହିଁ,ସମସ୍ୟା ରହିଲା କାଁହୁ ଓ ଉଲ ସାମଲଙ୍କୁ ବୟସ ହୋଇଥିଲେ ମଧ୍ୟ ତାଙ୍କ ଆଧାର କାର୍ଡ ରେ ବୟସ କମ ଥିବା ଯୋଗୁ ତାଙ୍କର ଭତ୍ତା ହୋଇପାରିବ ନାହିଁ ବୋଲି ବ୍ଲକ ପକ୍ଷରୁ କୁହାଗଲା,ଘଟଣା ଟିକୁ ଆଠଗଡ ବିଡ଼ିଓଙ୍କ ନଜରକୁ ଅଣାଗଲା, ସେ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି
ଦେଲେ,କାଁହୁ ଓ ଉଲ ଙ୍କର ବୟସ ପ୍ରମାଣ ପତ୍ର ପାଇଁ ଗୁରୁଡ଼ିଝାଟିଆ ମେଡିକାଲ ଯାଇ ସେଠାରେ ନିରାଶ ହେବାପରେ ଡାକ୍ତର ତାଙ୍କୁ ସାର୍ଟିଫିକେଟ ଦେବେନାହିଁ ବୋଲି ସଫାସଫା ମନାକରିଦେଲେ,ସେଠାରୁ ଉଭୟ ସ୍ୱାମୀ,ସ୍ତ୍ରୀ ନିରାଶ ହେବାପରେ ପୁନର୍ବାର ମୋତେ ଜଣାଇବା ପରେ ଉଦୟ ଲାବଣ୍ୟ ତରଫରୁ ଆଠଗଡ ଉପଖଣ୍ଡ ମେଡିକାଲ ଅଫିସର,ବ୍ରହ୍ମପୁର ମେଡିକାଲ ଅଫିସର ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉଭୟଙ୍କୁ ମିଳିଥିଲା ମେଡିକାଲ ସାର୍ଟିଫିକେଟ, ସେହି ମେଡିକାଲ ସାର୍ଟିଫିକେଟ ନେଇ କାଁହୁ ଆମ ପାଖରେ ପହଞ୍ଚିବା ପରେ ତାଙ୍କୁ ନେଇ ଆମେ ଆଠଗଡ ବ୍ଲକ ରେ ପହଁଚି କାଗଜପତ୍ର ଦାଖଲ ହେବାପରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା,ଦୀର୍ଘ ଚାରିମାସର କସରତ ପରେ ଆଜି କାଁହୁ ସାମଲ ଓ ଉଲ ସାମଲଙ୍କୁ ସେମାନଙ୍କ ଗ୍ରାମ ବଳିପୁର ସ୍କୁଲ ରେ ୩ମାସର ବାର୍ଦ୍ଧକ୍ୟ ଭତ୍ତା ପ୍ରତେକ ପନ୍ଦରଶହ କରି ୩ମାସର ଭତ୍ତା ପାଇଛନ୍ତି,ସେଥିପାଇଁ ଗୋଟେ ଗରିବ ପରିବାରକୁ ଏହି କରୋନା ମହାମାରୀ ସମୟରେ ଆମେ ସହଯୋଗ କରିପାରିଛୁ,ସେଥିପାଇଁ ଉଦୟ ଲାବଣ୍ୟ ତରଫରୁ ଧନ୍ୟବାଦ ଦେବି ଆଠଗଡ ବିଡ଼ିଓ ଅରୁଣ କୁମାର ଦାସଙ୍କୁ,ଯିଏକି ସରକାରଙ୍କ ମଧୁବାବୁଙ୍କ ପେନସନ କୁ ଏହି ଦୁଇ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି,ଆପଣମାନେ ଯଦି କାହାକୁ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ସେହି ଲୋକକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ହାସଲ ନହେଲା ପର୍ଯ୍ୟନ୍ତ ସହଯୋଗ କରି ଚାଲନ୍ତୁ,ଦେଖିବେ ଭଗବାନ ଆପଣଙ୍କ ସହିତ ଅଛନ୍ତି।
ଲଲାଟେନ୍ଦୁ ସେନାପତି
ସମ୍ପାଦକ
ଉଦୟ ଲାବଣ୍ୟ
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































