ନିଷ୍ଠା ସ୍ବେଚ୍ଛାସେବୀ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ ପାଳିତ
ବରଗଡ଼:-୧୫/୬
ସୋମବାର ଦିନ ବରଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ସ୍ବେଚ୍ଛାସେବୀ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ନିରାଡମ୍ବର ଭାବରେ ଖଣ୍ଡହଥା ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ନିଷ୍ଠା ପରିବାର ର ସ୍ଥାୟୀ ଲୋଗୋ ତଥା ସୁଶ୍ରୀ ତ୍ରୀପୁରା ଶୁହୁଲା ଙ୍କ ସଂଯୋଜନାରେ ନିଷ୍ଠା ମହିଳା ଶାଖାର ଶୁଭାରମ୍ଭ କରାଯାଇଥିଲା। ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ତ୍ବରାନ୍ବୟନ ଉପରେ ଆଲୋଚନା ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଶ୍ରୀମାନ ଦେବେଶ ଆଚାର୍ଯ୍ଯ, ବିଧାୟକ ତଥା ଜିଳ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ, ବରଗଡ, ସମ୍ମାନୀତ ଅତିଥି ଭାବରେ ଶ୍ରୀଡଃ ପ୍ରଭାସ ସିଂହ ପୁର୍ବତନ ସାଂସଦ, ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଯୁବ ସଂଗଠକ, ଓ ଶ୍ରୀମାନ ଡାକ୍ତର ଅଜିତ ଦର୍ଜି ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ଶ୍ରୀ ଆଚାର୍ଯ୍ଯ ବକ୍ତବ୍ଯ ମଧ୍ୟମରେ କହିଥିଲେ ଯେ, ନିଷ୍ଠା ଏକ ସଂଗଠନ ନ ହୋଇ ଏକ ବିଚାର ରେ ପରିଣତ ହେଲାଣି। ସମାଜସେବା ତଥା ମାନବ ସେବା କ୍ଷେତ୍ର ରେ ନିଷ୍ଠା ପରିବାର ର ଅବଦାନ ବରଗଡ ଇତିହାସ ରେ ନିଶ୍ଚିତ ଭାବରେ ଲିପିବଦ୍ଧ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସସରେ ଉଚ୍ଚଶିକ୍ଷା ପାଇଁ ଝାରବନ୍ଧ ର ମଳୟ ବସନ୍ତ ଅଗ୍ରେ ଙ୍କୁ ନିଷ୍ଠା ପରିବାର ତରଫ ରୁ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ନିଷ୍ଠାର ସଭାପତି ରକ୍ଷପାଲ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମ ରେ ସଂପାଦକ ଅଶ୍ବିନୀ ତ୍ରିପାଠୀ ବିବରଣୀ ପାଠ,କ୍ଷୀରୋଦ୍ର ସାହୁ ଉଦ୍ଦେଶ୍ଯ ଜ୍ଞାପନ, ମଦନ ମୋହନ ଦାଶ ସଂଯୋଜନା, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ନିଷ୍ଠା ପରିବାର ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































