ବିଭିନ୍ନ ଦୁର୍ଗମ ଗ୍ରାମକୁ ଗମନାଗମନ ବ୍ୟବସ୍ଥା
ଫୁଲବାଣି- (ସୁନୀଲ ପଟନାୟକ)
ଦିନ ଥିଲା କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ଭଲ ରାସ୍ତାଟିଏ ନଥିଲା, ଗାଡି ମଟର କଥା ଛାଡ଼, ପାଦରେ ଚାଲି କି ଯିବା ସମ୍ଭବ ହେଉନଥିଲା। ଲୋକେ ମାଇଲ ମାଇଲ ବାଟ ସୁଉଚ୍ଚ ପାହାଡ ପର୍ବତଡେଇଂ ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଯାଉଥିଲେ।ବଡିଭୋରରୁ ଯାଇ ସଞ୍ଜ ନଇବାବେଳେଚାଉଳ ମୁଣ୍ଡରେ ଧରି ଆଣିବା ବେଳେ ବାଟରେ ଗୋଡ଼ଖସି ପଡି ଅ।ହତ ବି ହେଉଥିଲେ। ଆଉ ବେଳେ ବେଳେ ବନ୍ୟଯନ୍ତୁଙ୍କ ଆକ୍ରମଣର ବିଶୀକାର ହେଉଥିଲେ। ସେହିପରି ରୋଗ ବୈରାଗ ହେଲେ କଥା ସରିଲା। ଖଟିଆରେ ବୋହି ରୋଗୀକୁ ମାଇଲ ମାଇଲ ବାଟ ନେଉଥିଲେ।
ଏଭଳି ଦୁର୍ବିସହ ଜୀବନ ଜିଉଁଥିଲେ କୋଟଗଡ଼ ବ୍ଲକ୍ ଶ୍ରୀରାମପୁର ପଞ୍ଚାୟତର ମହୁଲ ଭଜା ଗ୍ରାମର ଲୋକେ,I ଗ୍ରାମରେ ଅଛନ୍ତି ମାତ୍ର୧୨ ପରିବାରର ୫୦ ଲୋକ । ଲୋକଙ୍କ ବାରମ୍ଵାରଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଳମ୍ବରେ ହେଲେ ମଧ୍ୟ ବ୍ଲକ ପ୍ରଶାସନ ଘାଟ କଟିଙ୍ଗ ସହ ରାସ୍ତା ନିର୍ମାଣ କରିବାରୁ ଗ୍ରାମବାସୀ ଏବେ ବେଶ ଖୁସି।ମହୁଲ ଭଜା ଗ୍ରାମ ରୁ ଶ୍ରୀରାମପୁର ପଞ୍ଚାୟତକୁ ୧୨ କିମି ଦୁର । ତେ6ବବ୍ଳକର ବିଡିଓ କୈଳାସ ଚନ୍ଦ୍ରମୁର୍ମୁ, ଓ ସହକାରି ଯନ୍ତ୍ରୀ ଇଂରାଜେନ୍ଦ୍ର ସୋରେନଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକତା ଯୋଗୁ ଏହି ଗ୍ରାମକୁ ଏବେ ରାସ୍ତା ହୋଇପାରିଛି। ଫଳରେ ଲୋକଙ୍କ ଗମନାଗମନ ସମସ୍ୟା ଦୁର ହୋଇଛି ।
ସେହିପରି ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଲୋକେ ଚୁଆ,, କିମ୍ଵା ନାଳ ପାଣି ବ୍ୟବହାର କରୁଥିଲେ, ଏବେ ସୂଛ ପାନୀୟ ଜଳ ର ବ୍ୟବସ୍ଥା ପାଇଁମଧ୍ୟ କାର୍ଯ୍ୟ ଚାଲିଛି । ଫଳରେ ଲୋକେ ସ୍ୱଛ ପାନୀୟ ଜଳ ପାଇ ପାରିବେ।
ଏ ସବୁ କେବଳ ଗଣମାଧ୍ୟମ ପାଇଁ ସମ୍ଭବ ହୋଇଥିବା କହିଛନ୍ତି ଗ୍ରାମବାସୀ।
ସେହିପରି ଗୁଗୁରୁ ମାହା ପଞ୍ଚ।ୟତର ମ୍ଲା ହୁଗୁଡ଼ା ଗ୍ରାମକୁ ମଧ୍ୟ ରାସ୍ତାଟିଏ ନଥିଲ। । ଏବେ ମନରେଗା ଯୋଜନାରେ ୬/୭ କିମି ବ୍ୟାପି ରାସ୍ତା କାର୍ଯ୍ୟ କିଛି ଦିନ ହେଲା ବ୍ଳକ ପକ୍ଷରୁ ଆରମ୍ଭ ହୋଇଥିବା ସହ କାରି ଯନ୍ତ୍ରୀ ଇଂ ସୋରେନ କହିଛନ୍ତି ।
ତେ6ବ ଏହି ବ୍ଳକ ଅନ୍ତର୍ଗତ ଏଭଳିଅନେକ ଗ୍ରାମ ରହିଛି ଯେଉଁଠିକୁ ଗମନାଗମନ ବ୍ୟବସ୍ଥା ନାହିଁ। ସେହି ଗ୍ରାମଗୁଡିକୁ ମଧ୍ୟ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଗମନାଗମନର ସୁବିଧା ଲାଗି ପୟ।ସ କରାଯାଉଥିବା କଥା ସହକାରୀ ଯନ୍ତ୍ରୀ ଇଂ ସୋରେନ କହିଛନ୍ତି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































