ବିକାଶ ଅପହଞ୍ଚ ତୁମୁଡିବନ୍ଧ ବ୍ଲକର ୫୨ଗ୍ରାମକୁ ରାସ୍ତା ନାହିଁ
,
ଫୁଲବାଣୀ-( ସୁନୀଲ ପଟନାୟକ)
ଗୋଟିଏ କି ଦୁଇଟି ନୁହେଁ। କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଳକର ୫୨ଟି ଗ୍ରାମକୁ ରାସ୍ତା ନାହିଁ।
ସ୍ଵାଧୀନ ତାର ୭୪ ବର୍ଷ ପରେ ମଧ୍ୟ ବିକାଶ ଏଠି ଅପହଞ୍ଚ ପା ଲଟିଛି ।
ଗମନାଗମନ ର ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଏ ସବୁ ଯୋଜନା କାଗଜ କଲମରେ ହିଁ ଚାର୍ଲିଛି କହିଲେ ଭୂଲ ହେବନି । ଆସୁଥିବା ଅର୍ଥ ଅନୁଦାନରସିଂହ ଭାଗ ଅର୍ଥହରିଲୁଟ ହେଉଥିବା ଅଭିଯୋଗ ହେଉଛି । ଏହି ବ୍ଲକଟି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଅବସ୍ଥିତ ।
ତୁମୁଡିବନ୍ଧ ବ୍ଲକ 6ର ୧୧ଟି ପଞ୍ଚାୟତରେ୨୨୩ଟି ଗ୍ରାମ ଓ ୩୩ଟି ହାମଲେଟସ ରହିଛି । ହେଲେ ଏ ସବୁ ଗ୍ରାମ ମଧ୍ୟରୁ ୫୨ଟି ଗ୍ରାମକୁ ରାସ୍ତା ନାହିଁ। ଲୋକେ ଯିବାଆସିବା କରିବାପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ କରି କରି ଥକି ଯାଇଥିଲେ ମଧ୍ୟ ବ୍ଳକ କିମ୍ଵା ଜିଲ୍ଲା ପ୍ରଶାସନ ଶୁଣିବାକୁ ନାହିଁ।
ତୁମୁଡିବନ୍ଧ ସଦରମହକୁମା ପଞ୍ଚାୟତର ନିଲିଙ୍ଗ ପଦର, ବଳମ , ପାଜି ମାସ୍କI,କଦମ, ଗୁଦୁଗୁଜା । କୃର୍ତ୍ତମ ଗଡ଼ପଞ୍ଚାଯତ ରସାପାରି, ସାକ୍ରିପଦର, ଲାଇନ ବିନାରୀ ,ତଗା,ତାଣ୍ଡାସି, ମୁଣ୍ଡି ଗଡ଼ପଞ୍ଚାୟତର ଘୁମୁରା ଗାଁ, ସିଲିଙ୍ଗ, ପ୍ରଦରି, ଶିସ ବାହାଲ ,କରୁକୁ ଡୁପ। ପଞ୍ଚାୟତର ଦେଓ ପଟା, ପୁନ୍ଦେଡି, ସାନ୍ଦେ ବାନ୍ଦା, ଗୁଗୁଡୁସୁଗା,ସିର୍ଲା ପଞ୍ଚାୟତର ଶିତାପାଙ୍ଗା, ଜାମ୍ବାଲି, ଶିରକୁଟି, ଗୋଏ ଲାଡା, ଗଞ୍ଜ ସଙ୍ଗ । । କରୁ ଗାଣ୍ଡା, ସରୁ ପାଟା ଲି6ଙ୍ଗରି ମାହା ,ଚୁର୍କି ମାହା, ମୁଣ୍ଡା ପାଡା, ଗୁମା ପଞ୍ଚାୟତର କ୍ରାଞ୍ଜା ଗୋଲେଙ୍ଗପାଙ୍ଗା, ବାନ୍ଦ୍ରାସାଲ , ବେଲଘର ପଞ୍ଚାୟତର ବଡ କୁମୁଡି, ଜୁନାପଡ଼ା, ଦାହା ବାଲି, ଲଙ୍କାଗଡ଼ ପଞ୍ଚ।ୟତର ଗୋଲ ମରା, କଟଡ଼ଗାଣ୍ଡା, ପସଡୁବା,ବାଉକୁଟି, ବାଣ୍ଡିକା ,ଝିରିପାଣିପଞ୍ଚାୟତର କାଉଗୁଡ଼ା, ସୁଡ଼ା, ସାନଝିରିପାଣି , ବି ଲାମାଳ ପଞ୍ଚାୟତର ସ୍ରାମ୍ବ ଲି,ଗ୍ରାବା, ଝୁଲି ଗୋଲାବେଡ଼ । ଆମ୍ବି ଖୋଲ.ଓଭଣ୍ଡର ଙ୍ଗିପଞ୍ଚାୟତର ଡୁସେର, ଗୁନ୍ଦାବାରୁ, ଗୁମୁ. ଆଦି ଗ୍ରାମଗୁଡିକୁ ଗମନାଗମନର କୌଣସିଠୋସ ବ୍ୟବସ୍ଥା ନ ଥିବା ଜଣାପଡିଛିଲୋକେ ପାହାଡ ପର୍ବତ ନଦୀ ନାଳପାରି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଯାଆସ କରନ୍ତି । ଚାଉଳ ହେଉ ଅବା ଭତ୍ତା ଗଣ୍ଡାକ ନେବାପାଇଁପଞ୍ଚାୟତକୁ ଆସିବା ଲାଗି ନାକେଦମ ହେବାକୁ ପଡୁଛି।
ନିର୍ବାଚନ ବେଳେ ଭୋଟ ହାତେଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ସରିବାପରେ ଆଉ ପଛକୁ ଚାହୁ ନାହିଁ।ନ୍ତି । ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ୟ ପଡେନି ଏ ସବୁ ଗ୍ରାମରେ। ପ୍ରତିଶୃତିରେ ହିଁ ଜିଇଁଛନ୍ତି ଏମାନେ ବର୍ଷବର୍ଷ ଧରି । ରାଜ୍ୟ ସରକାର ଏସବୁ ଗ୍ରାମକୁ ରାସ୍ତା ଖଣ୍ଡିଏ ଲେଖା ଏ ନିର୍ମାଣ କଲେ ବିକାଶର ସ୍ଵାଦ ଟିକିଏଅନ୍ତତଃ ଚାଖିପାରନ୍ତେ ଏମାନେ ବୋଲି ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ନେତା ନେତ୍ର ମାନସେଠ ମତବ୍ୟକ୍ତ କରିଛନ୍ତି । ଆଗକୁ ପଞ୍ଚାଯତ ସରକ।ର ଓ ଜିଲ୍ଲା ପ୍ରଶାସନର
ଶୁଭ ଦୃଷ୍ଟି କେବେ ପଡୁଛି ଦେଖିବାର କଥା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































