ଅନ୍ତରଙ୍ଗ, କନ୍ଧମାଳ ପକ୍ଷରୁ କୋଭିଡ୍ ସଚେତନତା ରଥ
ଫୁଲବାଣୀ -(ସୁନୀଳ ପଟନାୟକ)
କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀ ଦ୍ବିତୀୟ ଲହର ଓ ଆଗାମୀ ତୃତୀୟ ଲହର ପାଇଁ ସମସ୍ତଙ୍କୁ ସଚେତନତା କରିବା ତଥା ଟିକା କରଣ ପାଇଁ ଗାଁ ଗାଁରେ ଏହି ସଚେତନତା ରଥ ଦ୍ୱାରା ଅବଗତ କରିବା ଏବଂ ସଚେତନତା କରିବା ପାଇଁ ଏହାର ପ୍ରୟାସ ରହିବ। ଘୁ. ଉଦୟଗିରି, ରାଇକିଆ, ଟିକିବାଲି, ଚକାପାଦ ଓ ଖଜୁରିପଡା ବ୍ଲକର ବିଭିନ୍ନ ଗାଁରେ ଏହି ସଚେତନତା ରଥ ଯାତ୍ରା କରିବା ସହିତ ଲୋକମାନଙ୍କୁ ସଚେତନତା କରିବା ଏହାର ମୂଳ ଉଦ୍ଦେଶ୍ୟ।
ବର୍ତ୍ତମାନ କରୋନା ସମୟରେ ଗାଁର ଲୋକମାନେ ଅଧିକାଂଶ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ଗାଁରେ ଲୋକମାନେ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ଉପରେ ଏତେ ଗୁରୁତ୍ବ ଦେଉ ନ ଥିବା ମଧ୍ୟ ଅନୁମାନ କରାଯାଉଛି। ଦ୍ବିତୀୟରେ ବର୍ତ୍ତମାନ ୧୮ ବର୍ଷ ରୁ ୪୪ ବର୍ଷର ସମସ୍ତଙ୍କୁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ ଓ ସ୍ଲଟ ବୁକ୍ କରି ଟିକା କରଣ ନେବା ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ ସଚେତନତା କରାଯିବ। ଅପର ପକ୍ଷରେ ଅଧିକାଂଶ ଲୋକ ମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ଦେଖି ତାହା ବିଶ୍ୱାସ କରି ଟିକା ନେବା ପାଇଁ ଭୟ କରୁଛନ୍ତି ତାହା ମଧ୍ୟ ଲୋକମାନଙ୍କ ମନରେ ଗୁଜବ କଥା ଦୂର କରିବା ଓ ଭୁଲ ତଥ୍ୟରୁ ବାହାରି ସରକାରଙ୍କ ଉଚିତ୍ ତଥ୍ୟ ଗ୍ରହଣ କରି ଟିକା ଗ୍ରହଣ କରିବେ ଓ ସୁସ୍ଥ ରହିବେ। ଆଞ୍ଚଳିକ ଭାଷା କୁଇ ଓ ଓଡ଼ିଆ ଭାଷାରେ ଗାଁ ଲୋକମାନଙ୍କୁ ବୁଝେଇବା ଭଳି ସାଉଣ୍ଡ ମାଧ୍ୟମରେ ଲୋକମାନଙ୍କ ପାଖକୁ ବାର୍ତ୍ତା ପହଞ୍ଚେଇବା ପାଇଁ ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ସଚେତନତା ରଥ ପାଇଁ ଆକ୍ସନ ଏଡ୍, ଭୁବନେଶ୍ୱର ପକ୍ଷରୁ ସହାୟତା କରାଯାଇଥିବା ବେଳେ ଅନ୍ତରଙ୍ଗ କନ୍ଧମାଳ ତରଫରୁ ପରିଚାଳନା କରାଯାଉଛି।
ଉଦଘାଟନ କାର୍ଯ୍ୟକ୍ରମରେ ଘୁ. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଶକ୍ତିକାନ୍ତ ମଲ୍ଲିକ, ବପିଓ ରାଜକିଶୋର ସାହୁ, ଏସଟିଏଫ୍ ଅଶୋକ ବେହେରା, ପିଏଚଓ ମମିଦା ପ୍ରଧାନ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ କୁମାର ଦାସ, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ଅନ୍ତରଙ୍ଗର ସଦସ୍ୟ ନୀଳମାଧବ ପାତ୍ର, କୈାଶଲ୍ୟା ସାହୁ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଅନ୍ୟମାନେ ଯୋଗ ଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































