ସ୍ଳ ବାଲିଗୁଡ଼ା ସରକାରୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ଦାବିରେମହିଳା ସଂଘ ଓ ଯୁବକ ସଂଘ ପକ୍ଷରୁ ବାରଖମା ରାସ୍ତା ଅବରୋଧ
ଫୁଲବାଣୀ (-ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଗାଁ ରେ ମଦ ଦୋକାନ କୁ ବିରୋଧ କରି ବିକ୍ଷୋଭ ରାସ୍ତା ଅବରୋଧକରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା l ବାରଖମା ର ବିଦେଶୀ ମଦ ଦୋକାନ ଟି ଜନ ବସତି ନିକଟ ରେ ଥିବାରୁ ବିଭିନ୍ନ ସମୟରେ
ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ କରି ମଙ୍ଗଳବାର ସକାଳୁ ସକାଳୁ ବାରଖମା ଖ୍ରୀଷ୍ଟିଆନ ସାହି ବାସିନ୍ଦା ଯୁବକ ସଂଘ ମହିଳା ସଂଘପକ୍ଷରୁ ମିହିର କୁମାର ଦିଗାଲ ଓ ପରମାନନ୍ଦ ନାୟକ ଙ୍କ ନେତୃତ୍ବ ରେମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ଦାବିରେ ରାଜରାସ୍ତା ଅବରୋଧ କରିଥିବାରୁ ବାଲିଗୁଡ଼ା ବୌଦ୍ଧକୁଗାଡି ମୋଟର ଯାତାୟତ କରିପାରୁନାହି ଘଟଣା ସ୍ଥଳରେ ବାଲିଗୁଡ଼ା ଥାନାପୋଲିସ ପହଞ୍ଚି ବୁଝା ସୁଝା କରୁଛିl
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































