ଦାଦନ ଚାଲାଣକୁ ବିରୋଧ କରି ମାଡ଼ ଖାଇଲେ ସରପଞ୍ଚ
ଫୁଲବାଣୀ- (ସୁନୀଲ ପଟନାୟକ)
ଦ।ଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟାକରି ଶେଷରେ ନିସ୍ତୁକ ମାଡ ଖାଇଲେ ସରପଞ୍ଚ ।ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାକନୁଆଁ ଗା ବ୍ଳକର ଚାଞ୍ଚେଡି ରୁ। ଗତକାଲି କେରଳରୁ ଏକ ବସ କନ୍ଧମାଳ ଜିଲର ରାଇକିଆ, କନୂଆଗାଁ ବାଲିଗୁଡା ଆଦି ଅଞ୍ଚଳ ରୁ ଦାଦନ ଶ୍ରମିକଙ୍କୁ ଏକାଠି କରିନେଉଥିଲା। ତେବେ କିଛିନାବାଳକ ଙ୍କୁ ମଧ୍ୟ ନେବାପାଇଁ ଉଦ୍ୟମ କରିବା ଦେଖି ସରପଞ୍ଚ ରାଜକିଶୋର ପ୍ରଧାନ ବିରୋଧ କରିଥିଲେ। ଫଳରେ ରାଜକିଶୋରଙ୍କୁ ଦଲାଲ ମାନେ ଯୋର ଜବରଦସ୍ତ ବସରେ ବସାଇ ନେଇ ମାଡ଼ମାରିଥିଲେ। ତେବେ କିଛି ବାଟ ଯିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏନେଇ ସରପଞ୍ଚ ରାଜକିଶୋର ପ୍ରଧାନ ସାରଙ୍ଗ ଡ ଥାନାରେ ଏତେଲା ଦେଇଛନ୍ତି । ପୋଲିସ ୫୧/୨୧ରେ
ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।
ପୋଲିସ ତତକ୍ଷଣାତ ବସକୁ ଜବତ କରିବା ସହ ୩ଜଣ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
କୋରନାକଟକଣା ଭିତରେ ବସ କିଭଳି ଜିଲ୍ଲାରେ ବୁଲି ଦାବନ ସଂଗ୍ରହ କରୁଥିଲା ତାହା ତଦନ୍ତ ସାପେକ୍ଷ । କନ୍ଧମାଳ ଜିଲ୍ଲାରେ
ଦାଦନ ରୋକିବା ପାଇଁ ପ୍ରଶାସନର ଉଦ୍ୟମ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































