ଧର୍ମଶାଳା ରେ ଶୁଖିଲା ଖାଦ୍ୟ ବଣ୍ଟନ
ଆଜି କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଆମ ପ୍ରିୟ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ (ଜିତୁ ଭାଇ) ଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା 13ନଂ ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନିରଞ୍ଜନ ରାଉତ ଙ୍କ ତତ୍ୱବାଧାନରେ ଧର୍ମଶାଳା ପୂର୍ବତନ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତ ଙ୍କ ନେତୃତ୍ୱରେ କ୍ଷେତ୍ରପାଳ ଗ୍ରାମପଞ୍ଚାୟତର ନୂଆପଡା ଦଳିତ ସାହିରେ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ ସହ ସାନିଟାଇଜର ମାରି କରୋନା ର ଦିତ୍ତୀୟ ଲହର ସହ କିପରି ମୁକାବିଲା କରାଯିବ ସେଥିପାଇଁ ସଚେତନ କରାଯାଇଥିଲା।
ଏହି ବଣ୍ଟନ କାର୍ଯ୍ୟକ୍ରମ ଧର୍ମଶାଳା ବ୍ଲକ ଯୁବ ସାଧାରଣ ସମ୍ପାଦକ ଶଶିକାନ୍ତ ସାମଲ,କ୍ଷେତ୍ରପାଳ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶାନ୍ତି ଲତା ସାହୁ ସଭାପତି ଶ୍ରୀଯୁକ୍ତ ଦେବଦତ୍ତ ମହାପାତ୍ର 13ନଂ ଜୋନ ଛାତ୍ର ସଭାପତି ପ୍ରିୟବ୍ରତ ଖଣ୍ଡାଇ ପୂର୍ବତନ ସରପଞ୍ଚ କିଶୋର ମଲ୍ଲିକ ୱାର୍ଡ ମେମ୍ବର ମଦନ ପରମାଣିକ ଛାତ୍ର ସଭାପତି ବିଶ୍ୱଜିତ ରାଉତ ପ୍ରକାଶ ଜେନା,ତ୍ରିନାଥ ମହାନ୍ତି, ହରିପ୍ରସାଦ ନାୟକ, ପ୍ରକାଶ ଜେନା ପଞ୍ଚାୟତ ଯୁବ ସଂଗଠକ ଦିବ୍ୟ ଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଧର୍ମଶାଳା ରୁ ଦୀପକ ଦାଶ ଙ୍କ ରିପୋର୍ଟ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































