ଵରୀଷ୍ଠ ଅବସରପ୍ରାପ୍ତକର୍ମଚାରୀ ନେତାଙ୍କ ପରଲୋକ
ଫୁଲବାଣୀ- (ସୁନୀଲ ପଟନାୟକ) ଫୁଲବାଣୀ ସହରର ଅବସରପ୍ରାପ୍ତ ସରକାରି କର୍ମଚାରୀ ନେତା ତଥା ଜଣାଶୁଣା ବୁଦ୍ଧିଜିବୀ ଅରୁଣ କୁମାର ଦାସଙ୍କ ଆଜି ସକାଳେ ତାଙ୍କର ମାଷ୍ଟ୍ରପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।
ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ସେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଲାବର ଟରିଟେକ୍ନିସିଆନ ଭାବେନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।
ଅବସର ପରେ ବିଭିନ୍ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କର ମୃତ୍ୟରେ ସହର ରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇବାପରେ ତାଙ୍କର ଶେଷ ଦର୍ଶନ କରିବାପାଇଁ ବନ୍ଧୁବର୍ଗ , ସହଯୋଗୀ, ସଂପର୍କୀୟ, ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିଲା।
ଅରୁଣ ଦାସଙ୍କ ମୃତ୍ୟୁରେ ବରୀଷ୍ଠ ସାମ୍ବାଦିକ ତଥା ବୁଦ୍ଧି ଜିବୀ ଡ. ଅରୁପ କୁମାର ଜେନା, ନାରାୟଣ ସାହୁ .ସୁନୀଲ ପଟନାୟକ, ବିଜୟ ମହାନ୍ତି, ପ୍ରେସ କ୍ଳ.ବ ସଭାପତି ଶିବ ପ୍ରସାଦ ତ୍ରିପାଠି. ପ୍ରଶାନ୍ତ ବେହେରା , ସନ୍ତୋଷ ଡିଗଲ,
ଅବସରପ୍ରାପ୍ତସହକାରୀ ଯନ୍ତ୍ରୀ ଇଂଜ୍ଞାନ ରଂଜନ ଦୋରା , ତାରିଣି ପ୍ରସାଦ ମୁନି. ଲକ୍ଷ୍ମୀନାରାୟଣଦୋରା ବୁଦ୍ଧିଜିବି ଅନନ୍ତ ମିଶ୍ର,ସମ।ଜସେବୀ ଅଶୋକ ପରିଡ଼ା ପ୍ରମୁଖ ଗର୍ଭିର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































