ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ
ଫୁଲ ବାଣୀ_(ସୁନୀଲ ପଟନାୟକ)
ମଙ୍ଗଳବାର ବିଳମ୍ବିତ ରାତିରେ ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡ । ବାଡି ଗ୍ରାମରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟି ପିଟି ଅତି ନୃଶ ସଂଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମ ର ସୁଜିତ ସାହାଣୀ।
ସକାଳୁ ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସଙ୍ଗେସଙ୍ଗେ ଘଟଣାର ତଦନ୍ତ କରୁଛି ।
ଏ ସଂପର୍କରେ ଖଜୁରୀପଡ଼ାପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟଯେ ସୁଜିତ ଓ ସାଙ୍ଗ
ମିଶି ମଙ୍ଗଳବାର ରାତିରେ ଲାଇନ ପଡ଼ା ନିକଟ ପାଣ୍ଡୁଗୁଡ଼ାକୁ ଭୋଜି ଖାଇବାକୁ ଯାଇଥିଲେ।ସେଠାରେ କୌଣସି କାରଣରୁ ଅନ୍ୟକିଛି ଯୁବକମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଭୋଜି ଖାଇ ରାତିରେ ସୁଜିତ ଓ ସାଙ୍ଗ ମିଶି ବାଇକରେ ଫେରିବା ବେଳେ ସେମାନଙ୍କୁ କେତେକ ଯୁବକ ପିଛ।କରିଆସି ପୁଡୁଣିସୁଗା ଠାରେ ଅଟକାଇ ନିସ୍ତୁକ ମାଡ ମାରିଥିଲେ ଫଳରେ ସୁଜିତ ରଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ସାଙ୍ଗ ଟି ପେଇ ଅନ୍ଧାରରେ ପ୍ରାଣ ବିକଳରେ ଦୈ। ଡି ପଳାଇ ଜୀବନ ବଞ୍ଚାଇ ଦେଇ ଥିଲା।
ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଖଜୁରୀପଡ଼ା ଥାନା ଅଧିକାରି ରମାକାନ୍ତ ପାତ୍ର କହିଛନ୍ତି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































