ପିଆଇଏ ଗାଁରେ,ଆଉଟ ସୋର୍ସିଂ କର୍ମଚାରୀ ତୁଲାଉଛନ୍ତି ଜଳଛାୟା କାର୍ଯ୍ୟ
ଫୁଲବାଣୀ- (ସୁନୀଲ ପଟନାୟକ)
ସରକାର ଜଳଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ଚାଷଜମିର ଉନ୍ନତି ପIଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ବିଭାଗର ହାତଗଣତି କିଛି ପିଆଇଏଙ୍କ ମନମୁଖି ତଥା ଖାମଖିଆଲି କାରବାର :ଦୁର୍ନିତୀ ପୂର୍ଣ୍ଣମନୋଭାବ, ପ୍ରିୟା ପ୍ରିତି ତେ।ଷଣ ସାଙ୍ଗଙ୍କୁ ସ୍ଥାୟୀ ଅନୁପସ୍ଥିତ ଯୋଗୁଁ ବିଭାଗ ଦ୍ଵାରା ହାତକୁ ନିଆଯାଉଥିବା କାମ ସବୁ ଉପରଠାଉରିଆ ନିମ୍ନ ମାନର ହେବା ସହ ବ୍ୟାପକ ଅର୍ଥ ମଧ୍ୟ ହେରଫେର ହେଉଥିବା ଶୁଣା ଯାଉଛି।
ଦାୟୀ ତ୍ଵରେ ଥିବା ପିଆଇଏ ଜଣକ ଜଣେ ଆଉଟ ସୋ ସିଂ କର୍ମଚାରୀକୁମୌଖିକ ଦାୟୀତ୍ଵ ଦେଇ ଗାଁରେ ରହୁଥିବା ଅଭିଯୋଗ ହେଉଛି ।
ଏହି ଅସ୍ଥାୟୀ କର୍ମଚାରୀ ଜଣଙ୍କ ଫାଇଲ ସବୁ ପିଆଇଏଙ୍କ ଗାଁକୁ ନେଇ ପିସି ଦେଇ ଦସ୍ତଖତ କରି ଆଣୁଥିବା କଥା ଖଜୁରୀପଡ଼ା ଓ ଫିରିଙ୍ଗିଆ ଅଞ୍ଚଳରେ ଆଲୋଚନା ହେଉଛି ।
ଏହି ଦୁଇ ବ୍ଲକ ପିଆଇଏଦ।ୟୀତ୍ଵରେ ଜଣେ ବାବୁ ଅଛନ୍ତି ।
ଚାଷୀମାନେ ପିଆଇ ଏଙ୍କୁ ତାଙ୍କ ଗ୍ରାମକୁ ଆସୁଥିବା ଦେଖି ନ ଥିବା କହିଛନ୍ତି । ଏପରିକି କାର୍ଯ୍ୟାଳୟକୁ ଆସି ଲୋକେ ଅପେକ୍ଷା କରି କରି ଫେରୁଛନ୍ତି । ଅଭିଯୋଗ କଲେ ଶୁଣୁଛି କିଏ ଆଜ୍ଞା ବୋଲି କହୁଛନ୍ତି ବିଚରା ଚାଷୀମାନେ । ବିଭାଗରେ ବୋର୍ଡ ମଧ୍ୟ ମରାଯାଉନି ଜାଣି ଶୁଣି । ଅଫିସ ଭିତରେ ରହିଛି ଟିଣ ବୋର୍ଡ,I ଆବଶ୍ୟକ ପଡିଲେ ବାହାରେ ଟଙ୍ଗାଇ ପୁଣି କୁ ଆଡେ ବାହାର କରି ଦିଅନ୍ତି । ବିଭାଗରେ ଶହଶହ ସଂଖ୍ୟାରେ ଫାର୍ମ ପଣ୍ଡ ଖୋଳା ଯିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ବିଭାଗ ଦ୍ଵାର ।କଣ କାମ ହେଉଛି ପଚାରିଲେ କିଏ କହି ପାରୁ ନାହାନ୍ତି ।
ଏପଟେ ପିଆଇଏକୁ ବାରମ୍ଵାର ଫୋନ କଲେ ମଧ୍ୟ ରିସିଭ ମଧ୍ଯ କରୁ ନ ଥିବା ଅଭିଯୋଗ ହେଉଛି ।
ଏପରି ସ୍ଥଳେ ଏଦୁଇ ସ୍ଥାନରେ ଜଳଛାୟା କାର୍ଯ୍ୟ କିଭଳି ଚାଲିଥିବ ଓ ଚାଷୀ କିଭଳି ଉପକୃତ ହେଉଛନ୍ତି ତାହା ସହଜରେ ଜଣା ପଡୁଛି । କନ୍ଧମାଳ ଜିଲ୍ଲା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ଜଳଛ। ୟା ପ୍ରକଳ୍ପ ନିର୍ଦ୍ଦେଶକ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































