ଭିଡିଓ କନଫରେନ୍ସ ମାଧ୍ୟମରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼:- ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଜି ଭିଡିଓ କନଫରେନ୍ସ ସିଂ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚାପ ଅବଶୋଷଣ ପ୍ରଣାଳୀ ରେ ଭେଷେଜ ଅମ୍ଳଜାନ ଉତ୍ପାଦନ ବ୍ୟବସ୍ଥା (167 LPM) ଏବଂ ତରଳ ଭେଷେଜ ଅମ୍ଳଜାନ ସଂରକ୍ଷଣ ପଦ୍ଧତି (LMP 6kl)ର ଦୁଇଟି ପ୍ରକଳ୍ପ ର ଆରମ୍ଭ ହେବା ପରେ ବରଗଡ଼ ଜନସାଧାରଣ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇପାରିବେ ସୂଚିତ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ,ଏସପି ପଦ୍ମିନୀ ସାହୁ, ସିଡିଏମଓ ଡଃ ଅରୁଣ କୁମାର ପାତ୍ର ତଥା ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































