ମା ନ।ରାୟଣୀଙ୍କ ଘଟ ଧ।ରି ମହିଳାଙ୍କ ପରଲୋକ :ସହରରେ ଶୋକର ଛାୟା
ଫୁଲ ବାଣୀ- (ସୁନୀଲ ପଟନାୟକ)
ଫୁଲ ବାଣୀ ସହରରେ ପ୍ରତି ଦୁଇ ବର୍ଷରେ ଥରେ ମାନାରାୟଣୀ ଯାତ୍ରା ହେଇଥାଏ । ଯାତ୍ରାରେ ନିଷ୍ଠା ଓ ଆନ୍ତରୀକତା ରସହ ମା ନାରାୟଣୀଙ୍କ ଘଟଧାରଣ କରିଆସୁଥିବା ମୁଖ୍ୟ ଘଟଧାରୀ ମହିଳାଦେଶୀ ବେହେରା ଙ୍କ ପତ୍ନୀ ଶ୍ରୀମତୀ ଜେ. ସେନେ ପିଲା ପାତ୍ରଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ପାଖାପାଖିହୋଇଥିଲା। ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ ।
ତାଙ୍କ ମୃତ୍ୟୁରେ ସହର ରେ ଶୋକର ଛାୟ। ଖେଳିଯାଇଛି । ଫୁଲ ବାଣୀରେ ଠାକୁରାଣୀଯାତ୍ରା ଆରମ୍ଭରୁଦୀର୍ଘବର୍ଷ ହେଲା ସେ ଘଟ ପରିକ୍ରମ ।କରୁଥିଲେ।
ମୃତ୍ୟୁ ଖବର ଶୁଣି ଯାତ୍ରା କମିଟିର ସଭାପତି ଅଶୋକ ପଟ୍ଟନାୟକ, ଙ୍କ ସମେତ ବିଷ୍ଣୁଚରଣ ସ୍ଵାଇଁ,ସଂପାଦକ ସିଦ୍ଧେଶ୍ଵର ଦାସ, ପୂର୍ବତନ ସଭାପତି ପ୍ରସନ୍ନ ପଟନାୟକ, ପୁର୍ବତନ ଉପସଭାପତି ସୁନୀଲ ପଟନାୟକ, ସାମ୍ବାଦିକ ନାରାୟଣ ସାହୁ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ନାରାୟଣୀଯାତ୍ରା କମିଟି ସଦସ୍ୟମାନେ ବ୍ୟବସାୟି ସଂଘ ଓ ସ୍ଥାନୀୟ ଜନସାଧାରଣ, ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































